scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘ସାଲାର’ ଟିଜର ଆଉଟ୍‌, ଦମ୍‌ଦାର୍‌ ରୋଲ୍‌ରେ ନଜର ଆସିଲେ ରିବେଲ୍‌ ଷ୍ଟାର୍‌ ପ୍ରଭାସ

6/07/2023 at 7:58 AM

ମୁମ୍ବାଇ ୦୬।୦୭ : ଅପେକ୍ଷାର ହେଲା ଅନ୍ତ । ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’ ଟ୍ରିଜର ରିଲିଜ ହୋଇଛି । ଗୁରୁବାର ଦିନ ସକାଳ ୫ ଟା ୧୨ ମିନିଟ୍‌ରେ ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍‌ଙ୍କ ଫିଲ୍ମ ସାଲାର ପାର୍ଟ ୧ର ଟ୍ରେଲ୍‌ର ରିଲିଜ୍‌ ହୋଇଛି । ମୁଖ୍ୟ ଭୂମିକାରେ ରିବେଲ୍‌ ଷ୍ଟାର୍‌ ପ୍ରଭାସ, ପୃଥୀରାଜ୍‌ ସୁକୁମରମ୍‌, ଶ୍ରୁତି ହାସନ, ମୀନାକ୍ଷୀ ଚୌଧୁରୀ, ସରନ ଶକ୍ତି, ଜଗପତି ବାବୁ, ଇଶ୍ୱରୀ ରାଓ, ଶ୍ରୀୟା ରେଡିଙ୍କୁ ଦେଖିବାକୁ ମିଳିବ ।  

ପ୍ରଯୋଜନା ସଂସ୍ଥା Hombale Films ପକ୍ଷରୁ ଟ୍ରେଲ୍‌ର ରିଲିଜ୍‌ କରାଯାଇଛି । ଦେଖନ୍ତୁ…

ତେବେ ଏହି ୧ ମିନିଟ୍‌ ୪୬ ସେକେଣ୍ଡର ଟିଜରରେ ଭରପୁର ଆକ୍ସନ ସହ ଦମ୍‌ଦାର ଡାଇଲଗ୍‌ ଦେଖିବାକୁ ମିଳିଛି । ଟିଜରର ପ୍ରଥମରୁ ଟିନୁ ଆନନ୍ଦ କିଛି ଦମ୍‌ଦାର ଡାଇଲଗ୍‌ କହୁଛନ୍ତି । ଏହାପରେ ରିବେଲ୍‌ ଷ୍ଟାର ପ୍ରଭାସଙ୍କର ଏଣ୍ଟ୍ରି ହେଉଛି । ଯେଉଁଥିରେ ହାତରେ ବନ୍ଧୁକ ଧରି ଆସୁଥିବାକୁ ଦେଖିବାକୁ ମିଳିଛି । ସାଲାରର ଟିଜରରେ ସମସ୍ତଙ୍କୁ କେଜିଏଫ୍‌ର ଛାପ ଦେଖିବାକୁ ମିଳିଛି ।  

ସୂଚନାଯୋଗ୍ୟ ଯେ, ୨୦୦ କୋଟିରେ ନିର୍ମାଣ ହୋଇଛି ସାଲାର ଫିଲ୍ମ । ଏହା ଏକ ପ୍ୟାନ୍‌ ଇଣ୍ଡିଆ ମୁଭି । ମୁଖ୍ୟ ଭୂମିକାରେ ପ୍ରଭାସ, ପୃଥୀରାଜ୍‌ ସୁକୁମରମ୍‌, ଶ୍ରୁତି ହାସନ, ମୀନାକ୍ଷୀ ଚୌଧୁରୀ, ସରନ ଶକ୍ତି, ଜଗପତି ବାବୁ, ଇଶ୍ୱରୀ ରାଓ, ଶ୍ରୀୟା ରେଡିଙ୍କୁ ଦେଖିବାକୁ ମିଳିବ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି କେଜିଏଫ୍‌ ଫେମ୍‌ ପ୍ରଶାନ୍ତ ନିଲ୍‌ । ଏହାବାଦ୍‌ ରବି ବାସୁରୀ ଏହାର ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୨୮, ୨୦୨୩ରେ ରିଲିଜ୍‌ ହେବ । ଫିଲ୍ମଟି ତେଲୁଗୁ, କନ୍ନଡ, ମାଲାୟଲମ, ତାମିଲ, ହିନ୍ଦୀ ସମେତ ୫ଟି ଭାଷାରେ ରିଲିଜ୍‌ ହେବ ।

ପ୍ରଭାସଙ୍କ କ୍ୟାରିୟର ପାଇଁ ଏହି ଫିଲ୍ମଟି ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି । ପୂର୍ବରୁ ବାହୁବଳୀର ସିରିଜ୍‌ର ୨ଟି ଫିଲ୍ମ ପରେ ବାକି ଆଉ କୌଣସି ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହୋଇନାହିଁ । ସାହୋ, ରାଧେଶ୍ୟାମ୍‌ ବକ୍ସ ଅଫିସ୍‌ରୁ ଫ୍ଲପ୍‌ ସାବ୍ୟସ୍ତ ହୋଇଥିବା ବେଳେ ଆଦିପୁରୁଷ୍‌ ଆଭେରଜ୍ କଲେକ୍ସନ କରିଛି ।

   Related Posts