ଗାନ୍ଧିନଗର: ମସ୍କୋ-ଗୋଆ ବିମାନରେ ବମ୍ ଗୁଜବ । ଚାର୍ଟାର୍ଡ ପ୍ଲାଇଟକୁ ଗୁଜରାଟର ଜାମନଗରରେ ଜରୁରୀକାଳୀନ ଅବତରଣ କରାଯାଇଛି । ବିମାନରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା । ପରେ ବମ୍ ସ୍କ୍ବାର୍ଡ ଫ୍ଲାଇଟର ସମସ୍ତ ସେକ୍ସନକୁ ତନତନ କରି ଯାଞ୍ଚ କରିଥିଲେ ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମସ୍କୋ-ଗୋଆ ଚାର୍ଟାର୍ଡ ବିମାନରେ ବିସ୍ଫୋରକ ଥିବା ଏକ ଇ-ମେଲ୍ ଆସିଥିଲା। ଏହାକୁ ନେଇ ଭାରତରେ ଥିବା ଋଷ ଦୂତାବାସ ଅଧିକାରୀ ସତର୍କ କରାଇଥିଲା । ପରେ ସୋମବାର ରାତି ୯.୪୯ମିନିଟରେ ମସ୍କୋରୁ ଗୋଆ ଆସୁଥିବା ଭିଷ୍ଟାରା ବିମାନଙ୍କୁ ଜାମନଗର ଏୟାରପୋର୍ଟରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । CISF, NSG, କଲେକ୍ଟର, ସ୍ଥାନୀୟ ପୋଲିସ୍, ବମ୍ ସ୍କ୍ବାର୍ଡ ଓ ଅଗ୍ନିଶମ ବାହିନୀ ଉପସ୍ଥିତରେ ସମସ୍ତ ୨୩୬ ଯାତ୍ରୀ ଓ ୮ଜଣ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଭାବେ ବାହାର କରି ବିମାନକୁ ଯାଞ୍ଚ କରୁଛନ୍ତି । ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ ବିମାନକୁ ଯାଞ୍ଚ କରାଯାଇଛି
wp:html/wp:html#WATCH | Visuals from Jamnagar Aiport where Moscow-Goa chartered flight passengers were deboarded after Goa ATC received a bomb threat.
— ANI (@ANI) January 10, 2023
As per airport director, Nothing suspicious found. The flight is expected to leave for Goa probably b/w 10:30 am-11 am today.#Gujarat pic.twitter.com/dRBAEucYjy
ସେହିପରି ଦିଲ୍ଲୀରୁ ଭୁବନେଶ୍ଵର ଯାତ୍ରା କରୁଥିବା ଭିସ୍ତାରା ବିମାନର ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ସୋମବାର ସନ୍ଧ୍ୟାରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଦିଲ୍ଲୀ ଏୟାରପୋର୍ଟ ଲ୍ୟାଣ୍ଡିଂ କରାଯାଇଥିଲା । ହାଇଡ୍ରୋଲିକ୍ ସିଷ୍ଟମ ଫେଲ୍ ହେବା କାରଣରୁ ଉଡାଣ ଭରିବାର କିଛି ସମୟରେ ପରେ ଅବତରଣ କରାଯାଇଛି ।