ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ସରକାର ବଦଳାଇଲେ ଡ୍ରୋନ ଉଡାଇବାର ନିୟମ, ଜାଣନ୍ତୁ ବଦଳିଛି କ’ଣ ?

26/08/2021 at 3:58 PM

ନୂଆଦିଲ୍ଲୀ ୨୬।୮: କେନ୍ଦ୍ର ବେ ସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ (ଏମଓସିଏ) ଗତ ମାର୍ଚ୍ଚ ମାସରେ ଜାରି କରିଥିବା ମାନବ ରହିତ ଆକାଶୀୟ ବ୍ୟବସ୍ଥା (ୟୁଏଏସ୍) ନିୟମ ସ୍ଥାନରେ ଗୁରୁବାର ଡ୍ରୋନ ନିୟମ-୨୦୨୧ ଘୋଷଣା କରିଛନ୍ତି। ଏହି ନୂଆ ନିୟମରେ ପୂର୍ବରୁ ପ୍ରଦତ୍ତ ଅନେକ ସ୍ୱୀକୃତି ସମାପ୍ତ କରିଦିଆଯାଇଥିବା ବେଳେ କିଛି ନୂଆ ନିୟମ ସାମିଲ କରିଛନ୍ତି। ଏହି ନିୟମକୁ ଅଧିକ ଉଦାର କରାଯାଇଥିବା ବେଳେ ଡ୍ରୋନର ପଞ୍ଜିକରଣ ଓ ଲାଇସେନ୍ସ ଜାରି କରାଯିବା ବେଳେ କୌଣସି ପ୍ରକାରର ସୁରକ୍ଷା ମଞ୍ଜୁରିକୁ ହଟାଇ ଦିଆଯାଇଛି।

ଡ୍ରୋନ ଅନୁମତି ଲାଗି ନଗଣ୍ୟ ଶୁଳ୍କ ରଖା ଯାଇଥିବା ବେଳେ ନିୟମରେ ଉଲ୍ଲଂଘନ ଲାଗି ସର୍ବାଧିକ ଜରିମାନା ୧ ଲକ୍ଷ ଟଙ୍କା କରିଦିଆଯାଇଛି। ନୂଆ ନିୟମରେ ଭାରି ପେ ଲୋଡ ନେଇପାରୁଥିବା ଡ୍ରୋନ ଓ ଡ୍ରୋନ ଟ୍ୟାକ୍ସି ଲାଗି କବରେଜକୁ ୩୦୦ କେଜିରୁ ୫ଶହ କେଜିକୁ ବଢାଇ ଦିଆଯାଇଛି। ସେହିପରି ଡ୍ରୋନ କ୍ଷେତ୍ରକୁ ପ୍ରଗତି ଦେବା ଲାଗି ଦେଶରେ ମାନବରହିତ ବିମାନ ପ୍ରଣାଳୀ ସମ୍ବର୍ଦ୍ଧନ ପରିଷଦ ସ୍ଥାପନାର ପ୍ରାବଧାନ ମଧ୍ୟ ରଖା ଯାଇଛି। ଏଭଳି ଡ୍ରୋନ ଆମଦାନୀ ବିଦେଶ ବ୍ୟାପାର ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ଦ୍ୱାରା ନିୟନ୍ତ୍ରିତ କରିବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି।

ସେହିପରି ଦେଶରେ କାର୍ଗୋ ଡେଲିଭରୀ ଲାଗି ଡ୍ରୋନ କରିଡୋର ବିକାଶ ନମନ୍ତେ ମଧ୍ୟ ଏଥିରେ ପରିକଳ୍ପନା ରହିଛି। ଏମଓସିଏ ଗତ ମାର୍ଚ୍ଚ ମାସରେ ୟୁଏଏସ୍ ନିୟମ ୨୦୨୧ ଘୋଷଣା କରିଥିଲେ। ତେବେ ମନ୍ତ୍ରାଳୟଙ୍କ ନିୟମକୁ ଶିକ୍ଷାବିଦ, ଷ୍ଟାର୍ଟଅପ, ଏଣ୍ଡ-ୟୁଜର୍ସ ଓ ଅନ୍ୟ ହିତାଧିକାରୀମାନେ ଏହାକୁ ପ୍ରକୃତିରେ ପ୍ରତିବନ୍ଧକାତ୍ମକ ବୋଲି କହିଥିଲେ। ଏଣୁ ସରକାର ମାମଲାରେ ଫିଡବ୍ୟାକ୍‌ ଆହ୍ୱାନ କରିଥିବା ବେଳେ ୟୁଏଏସ ୨୦୨୧ କୁ ଅକାମୀ କରିବା ସହ ନୂଆ ଡ୍ରୋନ ନିୟମ ୨୦୨୧ ଘୋଷଣା କରିଛନ୍ତି।

   Related Posts