ଓଲା ସ୍କୁଟର ଜଳିଯିବା ମାମଲା:  ତଦନ୍ତ ନିର୍ଦ୍ଦେଶ ଦେଲେ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ

Published By : Prameya-News7 Bureau | March 29, 2022 IST

ନୂଆଦିଲ୍ଲୀ ୨୯।୩:  ଓଲା ଇଲେକ୍ଟ୍ରିକ ସ୍କୁଟର ନିଆଁ ଲାଗିଯିବା ଘଟଣାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ (ଏମଓଆରଟିଏଚ୍) ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସଚିବ ଗିରଧର ଅର୍ମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ପୁଣେ ଘନୋରୀ ଅଞ୍ଚଳରେ ଓଲା ଇଲ୍କ୍ଟ୍ରିକ ସ୍କୁଟରରେ ନିଆଁ ଲାଗିଯାଇଥିବାର ଅଭିଯୋଗ ହୋଇଥିଲା। ବିଜ୍ଞାନ ଓ କାରିଗରୀ ବିଶେଷଜ୍ଞଙ୍କ ଦ୍ୱାରା ଏହି ଅଗ୍ନିକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ସଚିବ କହିଛନ୍ତି।

{"id":606573,"sizeSlug":"large","linkDestination":"none"}

ବୈଦୁତିକ ସ୍କୁଟର ନିଆଁ ଲାଗିଯିବା ମାମଲାରେ ବେଙ୍ଗାଲୁରସ୍ଥିତ ଓଲା କମ୍ପାନୀ ଏକ ବୟାନ ଜାରି କରିଛନ୍ତି। ଅଧିକାରୀକ ବୟାନରେ ମାମଲାଗୁଡିକର ତଦନ୍ତ ଆରମ୍ଭ କରିଦିଆଯାଇଥିବା କମ୍ପାନୀ କହିଛନ୍ତି। ତଦନ୍ତର ନିଷ୍କର୍ଷ ଯାହାବି ଆସିବ ତାହା ସାର୍ବଜନିକ କରାଯିବ ବୋଲି କମ୍ପାନୀ କହିଛନ୍ତି। ତେବେ ଏପରି ବାହନ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କମ୍ପାନୀ କହିଛି। ବାହନ ସୁରକ୍ଷାକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ଓ ଆମେ ଆମ ପ୍ରଡକ୍ଟର ଉଚ୍ଚ ଗୁଣବତ୍ତା ଓ ମାନ ଲାଗି ପ୍ରତିଶ୍ରୁତି ବଦ୍ଧ ବୋଲି କମ୍ପାନୀ କହିଛନ୍ତି।

{"id":606575,"sizeSlug":"full","linkDestination":"none"}

ଗତ କିଛିମାସ ହେଲା ଦେଶର ବିଭିନ୍ନ ସ୍ଥାନରେ ଇଲେକ୍ଟ୍ରିକ ସ୍କୁଟର ନିଆଁ ଲାଗିଯାଉଥିବା ଅଭିଯୋଗ ହେଉଛି। ଇଲେକ୍ଟ୍ରିକ ସ୍କୁଟର ଅଗ୍ନିକାଣ୍ଡରେ ତାମିଲନାଡୁର ଜଣେ ପିତା ଓ ତାଙ୍କ ଝିଅଙ୍କ ମୃତ୍ୟୁ ହୋଇଛି। ସେମାନେ ଘରେ ଶୋଇଥିବା ବେଳେ ସ୍କୁଟର ପୋଡି ଯାଇଥିଲା। ଫଳରେ ସେମାନେ ଘର ଭିତରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.