LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପୁଣି ପାଠ ପଢିବ ସାର୍ଟିଫିକେଟ୍ ପାଇଁ ଦାଦନ ଖଟୁଥିବା କଳାହାଣ୍ଡିର ମେଧାବୀ ଛାତ୍ର ଅନନ୍ତ ଦୀପ

10/05/2018 at 9:42 AM

ପୁଣି ପାଠ ପଢିବ ମେଧାବୀ ଛାତ୍ର ଅନନ୍ତ ଦୀପ । ଅର୍ଥ ଅଭାବରୁ ଯୁକ୍ତ ୨ ସାର୍ଟୀଫିକେଟ ୨୦୧୬ ରୁ କଲେକରେ ବନ୍ଧା ପଡିଥିବା ବେଳେ ମୁକୁଳାଇବାକୁ ତାମିଲନାଡୁରେ ଦାଦନ ଖଟୁଥିବା ଅନନ୍ତ ଦୀପ ଆଜି କଳାହାଣ୍ଡି ଫେରିଛି । ଗତ ୪ ତାରିଖ ନିଉଜ ସେଭନରେ ପ୍ରଥମେ ଅନନ୍ତଙ୍କ କାହାଣୀ ”ବନ୍ଦା ପଡିଛି ଭବିଷ୍ୟତ” ପ୍ରସାରଣ ପରେ ବିଭିନ୍ନ ବର୍ଗ ପ୍ରତିକ୍ରୀୟା ଆରମ୍ଭ ହୋଇଥିଲା । ରାଜ୍ୟ ସରକାର ଠାରୁ ବିଭିନ୍ନ ବେସରକାରୀ ସଂଗଠନ ଅନନ୍ତଙ୍କ ଆଗମୀ ଭବିଷ୍ୟତ ପାଇଁ ସହଯୋଗର ହାତ ବଢାଇଥିଲେ । ଫଳରେ ମେଧାବୀ ଅନନ୍ତ ଦାଦନ ଖଟିବା ଛାଡି ଭିଟା ମାଟିକୁ ଫେରିଛି ଉଚ୍ଚ ଶିକ୍ଷା ଆଶାରେ ।
ଅର୍ଥ ଅଭାବରୁ ଘୋରଇ କଲେଜର ବକେୟା ଫିସ ୫୬ ହଜାର ଟଙ୍କା ପୌଠ ନ କରି ପାରି ୨୦୧୬ ରୁ କଲେଜରେ କଳାହାଣ୍ଡି ଜିଲ୍ଲା ପଲମ ଗାଁର ଅନନ୍ତ ଦୀପଙ୍କ ଯୁକ୍ତ ୨ ବିଞାନ ମାର୍କସିଟ ଓ ସାର୍ଟୀଫିକେଟ ବନ୍ଦା ପଡିଥିଲା ଓ ଏହି ବନ୍ଦା ସାର୍ଟୀଫିକେଟ ମୁକୁଳାଇବାକୁ ଏହି ମେଧାବୀ ଛାତ୍ର ତାମିଲନାଡୁରେ ଟଙ୍କା ଯୋଗାଡ ଆଶାରେ ସାଜିଥିଲା ଦାଦନ । ଛୋଟ ବେଳୁ କପୁଂଟର ଦେଖି କପୁଂଟର ଇଞିନିୟର ଆଶା ରଖିଥିଲେ ଅନନ୍ତ ଦୀପ । ହେଲେ ପରିବାରର ଅର୍ଥାଭାବ କାରଣରୁ ସ୍କୁଲ ଆଧାରୁ ପାଠ ଛାଡିଥିଲେ । ହେଲେ ଶିଶୁ ଶ୍ରମିକ ପ୍ରକଳ୍ପ ବିଦ୍ୟାଳୟ ପୁଣି ଥରେ ପାଠ ପଢାର ସୁଯୋଗ ଦେଇଥିଲା । ଓ ଅନନ୍ତ ଦୀପ ମେଟ୍ରିକରେ ୭୭ ପ୍ରତିଶତ ମାର୍କ ରଖି ଉତିନ୍ନ ହୋଇଥିଲେ । ଏହି ମେଧାବୀ ଛାତ୍ରକୁ ମଦନପୁର-ରାମପୁରର ଘରୋଇ ସଂସ୍ଥା ଶ୍ରୀ ଏଜୁକେଶନ କଲେଜ ଉଚ୍ଚ ଶିକ୍ଷା ପାଇଁ ସୁଯୋଗ ଦେଇଥିଲା । ଯାହା ଫଳ ରେ୨୦୧୬ ରେ ଯୁକ୍ତ ୨ ବିଞାନରେ ବି ଅନନ୍ତ ୭୦ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ରଖି ସଫଳତା ପାଇଥିଲେ ବି ଫିସ ପୈଠ କରି ନ ପାରି ଗତ ୨ ବର୍ଷ ହେବ ଉଚ୍ଚ ଶିକ୍ଷାରୁ ବଚିଂତ ରହିଥିଲେ ।
ଅନନ୍ତ ଦୀପଙ୍କ କାହାଣୀ ନିଉଜ ସେଭେନ ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ସମେତ ରାଜ୍ୟ ସରକାର ତଥା ବିଭିନ୍ନ ସଂଗଠନ ତତ୍ପରତା ପ୍ରକାଶ କରିଥିଲେ । ଖୋଦ ଶ୍ରମ ମନ୍ତ୍ରୀ ଅନନ୍ତ ଦୀପକୁ ଘର ବାହୁଡିବାକୁ ଯୋଗାଯୋଗ କରିଥିବା ବେଳେ ଉଚ୍ଚ ଶିକ୍ଷା ପାଇଁ ଭବାନୀପାଟଣା ସ୍ବୟଂ ଶାସିତ ମହାବିଦ୍ୟାଳୟରେ ନାମ ଲେଖା ପାଇଁ ବ୍ୟବସ୍ଥା କରିଥିବା ବେଳେ ମାଗଣା ପାଠ ପଢାଇବାକୁ ସୁଯୋଗ ଦିଆଯିବ ବୋଲି ପ୍ରତିଶ୍ରତି ଦେଇଛନ୍ତି । ଏ ନେଇ ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଦାୟିତ୍ବ ଦିଆଯାଇଛି । ଫଳରେ ପୁଣି ଥରେ ଅନନ୍ତ ଦୀପ ପାଇଁ ଉଚ୍ଚ ଶିକ୍ଷାର ସୁଯୋଗ ସୃଷ୍ଟି ହୋଇ ପାରିଛି ।

Leave a Reply

   Related Posts