ମରୋକ୍କୋ ଭୂମିକମ୍ପରେ ବଢ଼ୁଛି ମୃତ୍ୟୁ ସଂଖ୍ୟା; ପ୍ରାଣ ହରାଇଲେଣି ୨୯ଶହରୁ ଅଧିକ
12/09/2023 at 12:14 PM

ନୂଆଦିଲ୍ଲୀ: ତୁର୍କୀ ଓ ସିରିଆ ପରେ ଚଳିତ ବର୍ଷ ସବୁଠାରୁ ବଡ଼ ଭୂମିକମ୍ପର ସାମ୍ନା କରିଛି ମରୋକ୍କୋ । ଦୁହୁଲି ଯାଇଛି ପର୍ଯ୍ୟଟନ ସେଣ୍ଟର ମରାକେସ୍ । ଆଟଲସ୍ ପର୍ବତର ଦକ୍ଷିଣ-ପଶ୍ଚିମରେ ଅନୁଭୂତ ହୋଇଥିବା ୬.୮ ତିବ୍ରତା ବିଶିଷ୍ଟ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପର୍ଯ୍ୟନ୍ତ ୨୯୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ରିପୋର୍ଟ ମରୋକ୍କୋ ପ୍ରଶାସନ ଦେଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଅଧିକ ବୋଲି ଆଶଙ୍କା କରୁଛନ୍ତି । ମାଟି ତଳେ ଅନେକ ଚାପି ରହିଛନ୍ତି । ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି ।

ଏବେବି ଉଦ୍ଧାର କାର୍ଯ୍ୟ ଚାଲୁଛି । ଭୁଶୁଡି ପଡ଼ିଥିବା ବିଲ୍ଡିଂ ତଳୁ ପୀଡିତଙ୍କୁ ରେସକ୍ୟୁ କରାଯାଉଛି । ୧୦୦ ଅଧିକ ଉଦ୍ଧାରକାରୀ ଦଳ ସର୍ଚ୍ଚ ଅପରେସନ ଜରି ରିଖିଛନ୍ତି । AFP ମୁତାବକ, ସ୍ପେନର ୩୦ଟି ଫାୟାର ଫାଇଟର ଟିମ୍ ସହିତ ଡାକ୍ତର, ନର୍ସ ଏବଂ ଟେକ୍ନିସିଆନ୍ ଟିମ୍ ଲୋକଙ୍କୁ ରେସକ୍ୟୁ କରିବା ସହିତ ଆହତଙ୍କୁ ଚିକିତ୍ସା କରାଯାଉଛି । ହେଲିକପ୍ଟର ମାଧ୍ୟମରେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ସ୍ପେନିସ୍ ଆର୍ମି ଭୂମିକମ୍ପ ଅଞ୍ଚଳରେ କ୍ୟାମ୍ପ ପକାଇ ଲୋକଙ୍କୁ ଉଦ୍ଧାର କରୁଛନ୍ତି ।
ଶନିବାର ମରୋକ୍କୋର ଏଟଲସ୍ ପର୍ବତଶ୍ରେଣୀ ଠାରୁ ୭୧ କିଲୋମିଟର ଦୂର ଇଘିଲ୍ ଶକ୍ତିଶାଳୀ ଭୂମିକମ୍ପ ଝଟକା ଲଗିଥିଲା । କେନ୍ଦ୍ରସ୍ଥଳି ଭୂପୃଷ୍ଠରୁ ୧୮ କିଲୋମିଟର ଗଭୀରତାରେ ରହିଥିଲା । ଭୂମିକମ୍ପ ଯୋଗୁଁ ଅନେକ କୋଠା ଭୁଶୁଡ଼ି ଯାଇଛି । ୬୦ ବର୍ଷ ପରେ ମରୋକ୍କୋରେ ଏହା ଶକ୍ତିଶାଳୀ ଭୂମିକମ୍ପ ବୋଲି କୁହାଯାଉଛି ।