suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମରୋକ୍କୋରେ ପ୍ରକୃତିର ତାଣ୍ଡବ, ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨ହଜାର ପାର୍

10/09/2023 at 9:36 AM

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଦେଶ ମରୋକ୍କୋରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୨ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି । ଅନେକ ଲୋକ ଧ୍ବଂସାବଶେଷ ତଳେ ଚାପି ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ସେହିପରି ଆହତଙ୍କ ସଂଖ୍ୟା ୧୨ଶହ ପାର୍ କରିଛି । ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।       

ମରକ୍କୋ ଜିଓଲୋଜିକାଲ ସେଣ୍ଟର ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ଦର୍ଶାଇଛି । ଏହାର କେନ୍ଦ୍ରସ୍ଥଳ ଆଟଲାସ ପର୍ବତ ନିକଟବର୍ତ୍ତୀ ଇଘିଲ ନାମକ ଏକ ଗ୍ରାମ ଦର୍ଶାଯାଇଛି, ଯାହା କି ମାରାକେଶ ସହରଠାରୁ ୭୧ କିଲୋମିଟର ଦୂରରେ ଅବସ୍ଥିତ । ଭୂପୃଷ୍ଠରୁ ୧୮.୫ କିଲୋମିଟର ଗଭୀରତାରେ ଏହା ଅନୁଭୂତ ହୋଇଥିଲା । ଏହାର ପ୍ରଭାବ ପର୍ତ୍ତୁଗାଲ ଓ ଆଲଜେରିଆରେ ବି ଅନୁଭୂତ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଆସିଥିବା ଏହି ଭୟଙ୍କର ଭୂକମ୍ପ ଯୋଗୁ ଅନେକ କୋଠା ତାସ୍‌ଘର ଭଳି ଗଳିପଡ଼ିଥିଲା । ଚାହୁଁ ଚାହୁଁ ଚାରିଆଡ଼ ଧୂଳିମୟ ହୋଇଯାଇଥିଲା । ତେବେ ଏହି ଭୂକମ୍ପର ତୀବ୍ରତା ୬.୮ ଥିବା ନେଇ ଆମେରିକାର ଜିଓଲୋଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି । ସେପଟେ ଭୂମିକମ୍ପରେ ପ୍ରାଣ ହରାଇଥିବା ଲୋକଙ୍କୁ ପ୍ୟାରିସ୍‌ର ଏଫିଲ୍ ଟାଓ୍ବାରର ଲାଇଟ୍ ବନ୍ଦ କରି ଟ୍ରିବ୍ୟୁଟ୍ ଦିଆଯାଇଛି ।

ସ୍ଥାନୀୟ ସମୟ ଅନୁସାରେ ରାତି ପ୍ରାୟ ୧୧ଟା ୧୧ରେ ଭୂକମ୍ପ ଅନୁଭୂତ ହୋଇଥିଲା । କିଛି ସମୟ ପରେ ଏକାଧିକ କମ୍ପନ ବା ଆଫ୍ଟର୍‌ ସକ୍‌ ଅନୁଭୂତ ହୋଇଥିଲା । ଏଗୁଡ଼ିକର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୯ ପର୍ଯ୍ୟନ୍ତ ହେବ । ଉକ୍ତ ଅଞ୍ଚଳରେ ୧୨୦ ବର୍ଷ ମଧ୍ୟରେ ଏହା ସବୁଠୁ ଶକ୍ତିଶାଳୀ ଭୂମିକମ୍ପ ବୋଲି ଜଣାପଡ଼ିଛି । 

ମରକ୍କୋ ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ କହିଛି ଯେ ଭୂମିକମ୍ପ କାରଣରୁ ଅନେକ ଘର ଭାଙ୍ଗି ମାଟିରେ ମିଶିଯାଇଛି । ସୋସିଆଲ୍‌ ମିଡିଆରେ ଏଥିସହ ଜଡ଼ିତ ଅନେକ ଭିଡିଓ ଭାଇରାଲ ହୋଇଛି । ଲୋକମାନେ ଜୀବନ ବିକଳରେ ପଳାୟନ କରୁଥିବା ଏଥିରେ ଦେଖିବାକୁ ମିଳିଛି ।

   Related Posts