Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ୍‌ଙ୍କ ଧମାକାରଦାର୍‌ ବ୍ୟାଟିଂ, ହାସଲ କଲେ ୪୪ ତମ ଶତକ
  • ||
  • ଇଷାନ୍‌ କିଷାନ୍‌ଙ୍କ ଜବରଦସ୍ତ ବ୍ୟାଟିଂ, ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ପ୍ରଥମ ଦ୍ୱିଶତକ
  • ||
  • ଭୁବନେଶ୍ୱର: ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟଙ୍କ ଅନୁମତି ପରେ ତଥ୍ୟ ଦେଲା ଖଣ୍ଡଗିରି ପୋଲିସ
  • ||
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଭେଟିଲେ ମରକ୍କୋ ରାଷ୍ଟ୍ରଦୂତ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୋଆର ଅବଦାନକୁ ପ୍ରଶଂସା

9/07/2022 at 11:34 AM

ଭୁବନେଶ୍ବର ୯।୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଭାରତରେ ଅବସ୍ଥାପିତ ମରକ୍କୋର ରାଷ୍ଟ୍ରଦୂତ ମହମ୍ମଦ ମଲିକି । ଅଧୁନା ଓଡ଼ିଶା ଗସ୍ତରେ ଆସିଥିବା ମହମ୍ମଦ ମଲିକି ସୋଆ ପରିଦର୍ଶନରେ ଆସି ପ୍ରଫେସର ନାୟକଙ୍କୁ ସାକ୍ଷାତ କରିବା ସମୟରେ ବିଶ୍ବବିଦ୍ୟାଳୟ ତଥା ଦୁଇ ଦେଶ ସମ୍ପର୍କରେ ଆଲୋଚନା କରିଥିଲେ ଓ ବିଶ୍ବବିଦ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ନିଜ ଦେଶ ମରକ୍କୋ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରି ମରକ୍କୋରେ ୭୨ ପ୍ରତିଶତ ସାର ଉତ୍ପାଦନ ହେଉଥିବା ବେଳେ ଔଷଧ ପ୍ରସ୍ତୁତି ଏବଂ ପର୍ଯ୍ୟଟନ ଶିଳ୍ପରେ ମଧ୍ୟ ତାଙ୍କ ଦେଶ ଖୁବ୍‌ ଆଗରେ ବୋଲି ସେ କହିଥିଲେ ।

ସୋଆର ଭତ୍ତିଭୂମି ଏବଂ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ନେଇ ସେ ଖୁବ୍‌ ଉତ୍ସାହିତ ହୋଇଛନ୍ତି ବୋଲି କହି ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ‘ସୋଆ’ର ଅବଦାନକୁ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ତାଙ୍କ ଦେଶର ଛାତ୍ରଛାତ୍ରୀମାନେ କିଭଳି ସୋଆରେ ଶିକ୍ଷା ଗ୍ରହଣ କରିପାରିବେ ତଥା ମରକ୍କୋ ଓ ‘ସୋଆ’ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇପାରିବ ସେ ବିଷୟରେ ଚେଷ୍ଟା କରିବେ ବୋଲି କହିଥିଲେ ।

ଶ୍ରୀ ମଲିକିଙ୍କ ସହ ଆଲୋଚନା ସମୟରେ ‘ସୋଆ’ ଉପକୂଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, କଣ୍ଟ୍ରୋଲର ଅଫ୍‌ ଏକ୍‌ଜାମିନେସନ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ର ମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଡିସ୍‌ନାଲ୍‌ ଡିନ୍‌ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ଏବଂ ‘ସୋଆ’ର ସମସ୍ତ ଶିକ୍ଷାନୁଷ୍ଠାନର ଡିନ୍‌ମାନେ ଉପସ୍ଥିତ ଥିଲେ । ୟୁନିଭର୍ସିଟି ଆଉଟରିଚ୍‌ ପ୍ରୋଗ୍ରାମ୍‌ ଡାଇରେକ୍ଟର ପ୍ରଫେସର ନଚିକେତା ଶର୍ମା ‘ସୋଆ’ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିବା ବେଳେ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

   Related Posts