AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ମର୍ଣ୍ଣିଂ ଓ୍ୱାକ୍ ବେଳେ ମହିଳାଙ୍କଠୁ ଲୁଟ୍ : ସୁନା ଚେନ୍ ଝାମ୍ପିନେଲେ ଦୁଇ ଲୁଟେରା

21/08/2022 at 9:01 AM

ଉଦଳା, ୨୧|୦୮:  ମର୍ଣ୍ଣିଂ ୱାକ ବେଳେ ମହିଳାଙ୍କ ବେକରୁ ସୁନାଚେନ ଲୁଟିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଏନଏସିର ୩ ନମ୍ବର ୱାର୍ଡରେ ।

ସୂଚନା ଅନୁସାରେ, ୩ ନମ୍ବର ୱାର୍ଡର ମିତାରାଣୀ ମଲ୍ଲିକ ରବିବାର ସକାଳେ ମର୍ଣ୍ଣିଂ ୱାକରେ ଯାଇଥିଲେ । ଘର ଠାରୁ ମାତ୍ର କେଇ ମିଟର ଦୂର ଯାଇଥିବା ବେଳେ ଦୁଇ ଜଣ ଯୁବକ ବାଇକରେ ଆସି ତାଙ୍କୁ ଜଣେ ବ୍ୟକ୍ତିଙ୍କ ଠିକଣା ପଚାରିଥିଲେ । ମିତାରାଣୀ ଠିକଣା ଜାଣି ନ ଥିବା କହିବା ପରେ ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ମିତାରାଣୀ ପିନ୍ଧିଥିବା ସୁନାଚେନକୁ ଛିଣ୍ଡାଇ ନେଇଥିଲା । ହେଲେ ମିତାରାଣୀ ଚେନକୁ ଧରି ରଖିବାକୁ ଚେଷ୍ଟା କରିବାରୁ ଚେନଟି ଛିଣ୍ଡି ଯାଇଥିଲା ଏବଂ ଲୁଟେରାମାନେ ଛିଣ୍ଡା ଚେନକୁ ନେଇ ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ ।

ତେବେ ଅଧା ଛିଣ୍ଡା ସୁନାଚେନ ମିତାରାଣୀଙ୍କ ପାଖରେ ରହିଥିବା ବେଳେ ଏବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଲୁଟ ହୋଇଥିବା ସୁନାଚେନର ମୂଲ୍ୟ ତିରିଶ ହଜାର ଟଙ୍କା ହେବ ବୋଲି ଜଣାଯାଇଛି ।

   Related Posts