Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଶ୍ବକପ କ୍ରିକେଟ: ଆଫଗାନିସ୍ଥାନକୁ ୩୯୮ରନର ଲକ୍ଷ୍ୟ ଦେଲା ଇଂଲଣ୍ଡ, ୧୭ଟି ଛକାମାରି ସବୁ ରେକର୍ଡ ଭାଙ୍ଗିଲେ ମୋର୍ଗାନ

18/06/2019 at 7:35 PM

ମାଞ୍ଚେଷ୍ଟର୧୮|୬: ଆଜି ବିଶ୍ବକପରେ ଆୟୋଜକ ଇଂଲଣ୍ଡ ଓ ଆଫଗାନୀସ୍ଥାନ ମଧ୍ୟରେ ମୁକାବିଲା ଚାଲିଥିବାବେଳେ ପ୍ରଥମେ ବେଟିଂ କରି ଇଂଲଣ୍ଡ ଆଫଗାନୀସ୍ଥାନ ଆଗରେ ୩୯୮ ରନର ବିଶାଳ ଲକ୍ଷ୍ୟ ରଖିଛି । ୫୦ଓଭରରେ ଇଂଲଣ୍ଡ ୬ ୱିକେଟ ହରାଇ ୩୯୭ ରନ କରିଛି । ମାର୍ଗନ ବ୍ୟକ୍ତିଗତ ସର୍ବାଧିକ ୧୪୮ ରନ କରିଛନ୍ତି । ତେବେ ମର୍ଗନ ଏହି ୧୪୮ରନ ମଧ୍ୟରେ ସମୁଦାୟ ୧୭ଟି ଛକା ମାରି ରେକର୍ଡ କରିଛନ୍ତି । ଛକା ମାରିବା କ୍ଷେତ୍ରରେ ସେ କ୍ରିସ ଗେଲ, ରୋହୀତ ଶର୍ମା ଏବଂ ଡିବିଲିୟର୍ସଙ୍କୁ ପଛରେ ପକାଇଦେଇଛନ୍ତି ।

ସେହିଭଳି ଆଜି ବିଶ୍ବକପରେ ଇଁଲଣ୍ଡ ନିଜର ସର୍ବାଧିକ ରନ କରିଛି । ପୂର୍ବରୁ ବାଲାଂଦେଶ ବିପକ୍ଷରେ ଦଳ ୩୮୬ ରନ କରିଥିଲା । ସେହିଭଳି ମୋର୍ଗାନ ମାତ୍ର ୫୭ବଲରେ ୧୦୦ ରନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ବିଶ୍ବକପରେ ଏହା ଦ୍ରୁତତମ ଶତକ

   Related Posts