ଠାକରେ ପରିବାର ପାଇଁ ବଢିପାରେ ଅଡୁଆ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ହାଇକୋର୍ଟରେ ଶୁଣାଣି

Published By : Prameya-News7 Bureau | October 20, 2022 IST

ମୁମ୍ୱାଇ ୨୦/୧୦: ମହାରାଷ୍ଟ୍ରର ରାଜନୈତିକ ଅସ୍ଥିରତା ମଧ୍ୟରେ ଉଦ୍ଧବ ଠାକରେଙ୍କ ପରିବାର ପାଇଁ ପୁଣିଥରେ ବଢିପାରେ ସମସ୍ୟା । ପ୍ରକୃତରେ, ବମ୍ବେ ହାଇକୋର୍ଟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ତାଙ୍କ ପତ୍ନୀ ରଶ୍ମି ଠାକରେ ଏବଂ ପୁଅ ଆଦିତ୍ୟ ଏବଂ ତେଜଙ୍କ ବିରୋଧରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା ।

ଏହି ମାମଲା ଆଧାରରେ ଠାକରେ ପରିବାରର ଆୟ ବହିର୍ଭୂତ ସମ୍ପତ୍ତି ଉପରେ ଇଡି, ସିବିଆଇ ଯାଞ୍ଚ କରାଯାଇଥିଲା । ଆଜି ଏହି ମାମଲାର ଶୁଣାଣି ହେବ । ସୂଚନା ଥାଉକି, ୩୮ ବର୍ଷୀୟ ଗୌରୀ ଏବଂ ୭୮ ବର୍ଷୀୟ ଅଭୟ ଭିଡେଙ୍କ ଦ୍ୱାରା ପିଏଲ ଦାଖଲ କରାଯାଇଛି ।
ଠାକରେଙ୍କ ବିରୋଧରେ କ’ଣ ରହିଛି ଅଭିଯୋଗ ?
ଗୌରୀଙ୍କ ପିଟିସନରେ ଅଭିଯୋଗ ହୋଇଛି ଯେ ଶିବସେନା ସୁପ୍ରିମୋ, ତାଙ୍କ ପୁତ୍ର ଆଦିତ୍ୟ ଏବଂ ରଶ୍ମୀ କୌଣସି ନିର୍ଦ୍ଦିଷ୍ଟ ସେବା, ବୃତ୍ତି ଏବଂ ବୃତ୍ତିକୁ ସେମାନଙ୍କର ସରକାରୀ ଆୟର ଉତ୍ସ ଭାବରେ ପ୍ରକାଶ କରିନାହାଁନ୍ତି । ତଥାପି ସେମାନଙ୍କର ମୁମ୍ବାଇ, ରାଇଗଡ ଜିଲ୍ଲାର ସମ୍ପତ୍ତି ଥିଲା ଯାହା କୋଟିଏରୁ ଅଧିକ ହୋଇପାରେ ।

ଆହୁରି ମଧ୍ୟ ଏହି ଅଭିଯୋଗରେ ଦର୍ଶାଯାଇଛି ଯେ ଠାକରେ ବେଆଇନ ଭାବେ ଟଙ୍କା ସଂଗ୍ରହ କରିଛନ୍ତି । ଏହି ଆବେଦନରେ ଦର୍ଶାଯାଇଛି ଯେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ତାଙ୍କ ସହଯୋଗୀଙ୍କ ଉପରେ ହୋଇଥିବା ରେଡ୍‌ରେ ଏହା ସ୍ପଷ୍ଟ ହୋଇଛି ଯେ କେୁଁଠି ନାଁ କେଉଁଠି ତାଙ୍କ ପାଖରେ ଆୟରୁ ଅଧିକ ସମ୍ପତ୍ତି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.