ପ୍ରବାସୀ ଶ୍ରମିକଙ୍କ ଲାଗି ଚାଲିବ ଆହୁରି ଅଧିକ ଟ୍ରେନ୍, ରେଳବାଇକୁ ମିଳିଲା ଗୃହମନ୍ତ୍ରାଳୟର ମଞ୍ଜୁରି :ସୂତ୍ର

Published By : Prameya-News7 Bureau | May 01, 2020 IST

ନୂଆଦିଲ୍ଲୀ ୧।୫: କରୋନା ଭାଇରସ ମହାମାରୀ ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବା ଲାଗି ଦେଶବ୍ୟାପି ଜାରି ଲକଡାଉନ୍‌ରେ ଫଶି ରହିଥିବା ଶ୍ରମିକଙ୍କ ଉଦ୍ଧାର ଲାଗି ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗୃହମନ୍ତ୍ରାଳୟ ଶ୍ରମିକଙ୍କ ନିମନ୍ତେ ଟ୍ରେନ ଚଲାଇବା ଲାଗି ରେଳବାଇଙ୍କୁ ଅନୁମତି ଦେଇଛନ୍ତି। ଏଥିଲାଗି ସବୁ ଜେନେରାଲ ମ୍ୟାନେଜରଙ୍କୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ ପରାମର୍ଶ କରି ଟ୍ରେନ ମାନଙ୍କର ଯୋଜନା କରିବାକୁ କୁହାଯାଇଛି।

{"id":263033,"width":577,"height":323,"sizeSlug":"large"}

ସେମାନଙ୍କୁ ପରସ୍ପର ସହ ସମ୍ପର୍କ କରି ନିଜନିଜ ସ୍ତରରେ ନିଷ୍ପତ୍ତି ନେବାକୁ ଗୃହମନ୍ତ୍ରାଳୟ ସ୍ୱାଚ୍ଛନ୍ଦ୍ୟ ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟ ଯେ ଅଚାନକ ଲକଡାଉନ ଯୋଗୁ ଦେଶର ବିଭିନ୍ନ ଭାଗରେ ଲକ୍ଷ ଲକ୍ଷ ଶ୍ରମିକ, ଛାତ୍ର ଓ ପର୍ଯ୍ୟଟକ ଫଶି ରହିଛନ୍ତି। ତେବେ ସରକାର କିଛି ସର୍ତ୍ତରେ ବୁଧବାର ସେମାନଙ୍କୁ ପ୍ରତ୍ୟାବର୍ତ୍ତନ ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି। ସେହି ଅନୁସାରେ ଶୁକ୍ରବାର ପ୍ରତ୍ୟୁଷ ୪ଟା ୫୦ ମିନିଟ୍‌ରେ ତେଲେଙ୍ଗାନା ଲିଙ୍ଗମ ପଲ୍ଲୀରୁ ଏକ ୨୪ଟି କୋଚ୍‌ର ଏକ ଟ୍ରେନ ୧୨ଶହ ଶ୍ରମିକଙ୍କୁ ନେଇ ଝାରଖଣ୍ଡର ହଟିଆ ବାହାରିଛି। ଏହି ଟ୍ରେନ ଆଜି ରାତି ୧୨ଟାରେ ହଟିଆ ଷ୍ଟେସନରେ ପହଞ୍ଚିବ।

{"id":263034,"sizeSlug":"large"}

ଏବେ ଆଉ ଏକ ଟ୍ରେନ୍ କେରଳରୁ ଭୁବନେଶ୍ୱର ଅଭିମୁଖେ ବାହାରିବ। ଏର୍ଣ୍ଣାକୁଲମ ଷ୍ଟେସନରୁ ଟ୍ରେନ ବାହାରିବାକୁ ଥିବା ବେଳେ ଏଥିରେ ଏକକାଳୀନ ୧ହଜାର ଶ୍ରମିକଙ୍କୁ ଓଡିଶା ପହଞ୍ଚାଯିବ। ସ୍ପେଶାଲ ଟ୍ରେନରେ ସାନିଟାଇଜେସନ ସମେତ ସ୍କ୍ରିନି ଓ କ୍ୱାରେଣ୍ଟାଇନ ଆଦି ନିୟମର କଡାକଡି ପାଳନ ହେବ ବୋଲି କୁହାଯାଇଛି। ଅନେକ ରାଜ୍ୟ ସରକାର ସେମାନଙ୍କ ଲୋକଙ୍କ ଲାଗି ସ୍ପେଶାଲ ଟ୍ରେନ ଚଳାଚଳ ନିମନ୍ତେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ତେବେ ସବୁ ନିବେଦନ ଉପରେ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇ ନାହିଁ। ହେଲେ ଖୁବ୍ ଶୀଘ୍ର ପ୍ରବାସୀ ଶ୍ରମିକଙ୍କ ଲାଗି ଅଧିକ ଟ୍ରେନ ଚଳାଯିବ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.