ଗ୍ରାମ୍ୟ ବ୍ୟାଙ୍କ୍ରୁ ସଶସ୍ତ୍ର ଡକାୟତି ଅଭିଯୋଗ; ଲକ୍ଷାଧିକ ଟଙ୍କା ଲୁଟି ୪ ଅଭିଯୁକ୍ତ ଫେରାର୍
3/02/2023 at 5:44 PM

କାମାକ୍ଷାନଗର ୦୩/୦୨: ଗ୍ରାମ୍ୟ ବ୍ୟାଙ୍କ୍ରୁ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଲୁଟ୍ କରିଛନ୍ତି। ଏପରି ଅପରାଧିକ ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନର ଅନ୍ତର୍ଗତ ମହାବିରୋଡ଼ର ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ହୋଇଛି। ଖବର ଅନୁସାରେ ୨ଟି ବାଇକ୍ରେ ୪ ଜଣ ମୁଖାପିନ୍ଧି ପ୍ରଥମେ ବ୍ୟାଙ୍କ୍ ଭିତରେ ପଶିଥିଲେ। ପରେ ସେମାନେ ଖଣ୍ଡା ଦେଖାଇ ରିଭରବଲ୍ରେ ସିସିଟିଭିକୁ ଗୁଳି କରି ୩ଟି ବାକ୍ସ ନେଇ ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ସହିତ କୋଟିଏରୁ ଅଧିକ ଟଙ୍କାର ସୁନା ଗହଣା ଲୁଟିନେଇଥିବା ଅନୁମାନ କରାଯାଇଛି। ଏନେଇ ମହାବିରୋଡ଼ ଥାନାପେ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
Related Posts
କଟକଣାକୁ ବେଖାତିର, ଧାର୍ଯ୍ୟ ସମୟ ପରେ ବି ଖୋଲୁଛି ବାର୍
26 March 2023