AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌: ସ୍ୱାସ୍ଥ୍ୟକ୍ଷେତ୍ରରେ ୧ ହଜାର କୋଟି ନିବେଶ କରିବେ ବିଭିନ୍ନ କମ୍ପାନୀ

3/12/2022 at 4:57 PM

ଭୁବନେଶ୍ୱର, ୦୩/୧୨: ସ୍ୱାସ୍ଥ୍ୟକ୍ଷେତ୍ରରେ ୧ ହଜାର କୋଟି ଟଙ୍କାର ନିବେଶ ପାଇଁ ବିଭିନ୍ନ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି । ମେଡ଼ିସିନ ଫର୍ମାସ୍ୟୁଟିକାଲ କମ୍ପାନୀ କଡ଼ିଲା ଓଡ଼ିଶାରେ ୧୦୦ କୋଟି ଟଙ୍କା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି । ଏହା ସହିତ ଅନୁଗୁଳ, ବଡ଼ବିଲ, ଝାରସୁଗୁଡା ଓ ଭଦ୍ରକରେ ପିପିପି ମୋଡ଼ରେ ହସ୍ପିଟାଲ କରିବା ପାଇଁ ୫ ସହ କୋଟି ଟଙ୍କା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବିଭିନ୍ନ କମ୍ପାନୀ । ଆଜି ସ୍ୱାସ୍ଥ୍ୟ ନୀତି ୨୦୨୨ର ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଏଥିରେ ଯେଉଁ ଚାରିଟେବଲ ସଂସ୍ଥା ନିବେଶ କରିବା ପାଇଁ ଚାହିଁବେ ସେମାନଙ୍କୁ ମାଗଣାରେ ରାଜ୍ୟ ସରକାର ଜମି ଯୋଗାଇ ଦେବେ । ଯେଉଁ କମ୍ପାନୀ ନିବେଶ କରିବାକୁ ଚାହିଁବେ ସେମାନଙ୍କୁ ଶିଳ୍ପ ନୀତି ଅନୁସାରେ ସବସିଡି ରେଟରେ ଜମି ଯୋଗାଇଦେବେ ସରକାର । ପିପିଟି ମୋଡ଼ରେ ଏହି ୪ଟି ହସ୍ପିଟାଲ ସଫଳ ହେଲେ ଆଗାମୀ ଦିନରେ ୨୧ଟି ହସ୍ପିଟାଲ ଖୋଲିବାକୁ ଯୋଜନ ରଖିଛନ୍ତି ରାଜ୍ୟ ସରକାର ।

   Related Posts