ବିବାହ ପ୍ରତିଶ୍ରୁତି ଦେଇ ଠକିନେଲେ ୬୪ ଲକ୍ଷ ଟଙ୍କା : ସମ୍ବଲପୁରରେ ପହଞ୍ଚିଲେ ପଶ୍ଚିମବଙ୍ଗ ଯୁବତୀ

Published By : Prameya-News7 Bureau | November 30, 2023 IST

ସମ୍ବଲପୁର ୩୦।୧୧: ବିବାହ ନାଁରେ ୬୪ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ । ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ଦକ୍ଷିଣ ସୁଭାଷପଲ୍ଲୀରୁ ସମ୍ବଲପୁର ଆସିଲେ ଯୁବତୀ । ସମ୍ବଲପୁର ଟାଉନ ଥାନା ଅଞ୍ଚଳର ଜଣେ ଯୁବକ ବିବାହ ପ୍ରତିଶ୍ରୁତି ଦେଇ ଠକେଇ କରିଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ଯୁବତୀଙ୍କର ବିବାହ ପାଇଁ ମାଟ୍ରିମୋନିରେ ପ୍ରସ୍ତାବ ଥିବା ଦେଖି ଯୋଗାଯୋଗ କରିଥିଲେ ସମ୍ବଲପୁରର ରାହୁଲ ରକ୍ଷିତ । ନିଜ ବ୍ୟବସାୟ ସମେତ ଘର ଭଡାରେ ଲାଗିଥିବା କହି ନିଜକୁ ସମ୍ଭ୍ରାନ୍ତ ପରିବାରର ବୋଲି କହି ବିବାହ ପ୍ରସ୍ତାବ ଦେଇଥିଲେ । ୨୦୨୧ ମସିହାରେ ଏହି ଘଟଣା ଘଟିଥିବା ବେଳେ ରାହୁଲଙ୍କ ପରିବାର ଥରେ ପଶ୍ଚିମବଙ୍ଗ ମଧ୍ୟ ଯାଇଥିଲେ ।

ତେବେ ଯୁବତୀ ଜଣେ ଏଲଆଇସି ଏଜେଣ୍ଟ ହୋଇଥିବା ବେଳେ ବାହାଘର ପାଇଁ କିଛି ଟଙ୍କା ସଞ୍ଚିଥିଲେ । ରାହୁଲ ଅସୁବିଧା ଅଛି କହି ପର୍ଯ୍ୟାୟକ୍ରମେ ଫୋନ୍ ପେ’ ଓ ଗୁଗୁଲ ପେ’ ଜରିଆରେ ଯୁବତୀଙ୍କଠାରୁ ୬୪ ଲକ୍ଷ ଆଣିବା ପରେ ଧରାଛୁଆଁ ଦେଉନଥିବା ଅଭିଯୋଗ ହୋଇଛି । ଏନେଇ ଯୁବତୀ ତାଙ୍କ ବିଧବା ମା’ ସହ ସମ୍ବଲପୁର ଆସି ରାହୁଲ ଘରକୁ ଯିବା ପରେ ଯୁବତୀଙ୍କୁ ମାଡ ମାରିଥିବା ଯୁବତୀ ଅଭିଯୋଗ କରିଛନ୍ତି । ଏନେଇ ଯୁବତୀ ତାଙ୍କ ମା’ ସହ ଟାଉନ୍ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

wp:html /wp:html

You Can Read:

wp:embed {"url":"https://www.prameyanews7.com/youth-sentenced-to-life-imprisonment-in-keonjhar-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/youth-sentenced-to-life-imprisonment-in-keonjhar-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.