ବିଜେଡିରେ ଯୋଗଦେଲେ ଯାଜପୁର ଜିଲ୍ଲାର ଶତାଧିକ ବିଜେପି କର୍ମୀ
26/09/2023 at 2:55 PM

ଭୁବନେଶ୍ବର ୨୬।୯: ଯାଜପୁର ଜିଲ୍ଲାର ଶତାଧିକ ବିଜେପି କର୍ମୀ ବିଧିବଦ୍ଧ ଭାବରେ ବିଜେଡିରେ ଯୋଗ ଦେଇଛନ୍ତି । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ବିଜେଡ଼ିରେ ସାମିଲ ହୋଇଛନ୍ତି । ସୌମ୍ୟରଞ୍ଜନ ଧଳ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯୁବମୋର୍ଚ୍ଚା, ଏବଂ ହୃଷିକେଶ ମେକାପ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ, ଏହି ଦୁଇ ଯୁବ ନେତାଙ୍କ ନେତୃତ୍ୱରେ ଶତାଧିକ ଯାଜପୁର ଜିଲ୍ଲାର ବିଜେପି କର୍ମୀ ଲୋକେ ବିଜେପି ଛାଡି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

ଏହି ଦୁଇ ନେତା ୧୨ ବର୍ଷ ହେବ ବିଜେପିର ସକ୍ରିୟ କର୍ମୀ ଭାବରେ କାମ କରିଆସୁଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ବିକାଶ ଧାରା ଓ ବିକାଶ ମୂଳକ କାମରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ଯୋଗଦାନ କରିଥିବା ଏହି ଦୁଇ ଯୁବ ନେତା କହିଛନ୍ତି ।
You Can Read :