କରୋନା ମହାମାରୀ ସଙ୍କଟରେ ଆସିଲା ଭଲ ଖବର: ସୁସ୍ଥ ହେଲେ ୯୦୦୦ରୁ ଅଧିକ ରୋଗୀ

Published By : Prameya-News7 Bureau | May 02, 2020 IST

ନୂଆଦିଲ୍ଲୀ ୨।୫: କରୋନା ଭାଇରସ୍ ଦ୍ରୁତ ଗତିରେ ବଢୁଥିବା ବେଳେ ଦେଶ ପାଇଁ ଏକ ଖୁସି ଖବର ମଧ୍ୟ ରହିଛି । କରୋନାରେ ସଂକ୍ରମିତ ହେବା ପରେ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ୯୯୫୧ ଲୋକ କରୋନା ଯୁଦ୍ଧରେ ଜିତି ଘରକୁ ଫେରିଛନ୍ତି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ତଥ୍ୟ ଅନୁଯାୟୀ, ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭୩୩୬ରେ ପହଞ୍ଚିଛି ଏବଂ ଏହି ମହାମାରୀ ଯୋଗୁଁ ମୃତ୍ୟୁ ସଂଖ୍ୟା ୧୨୧୮ରେ ପହଞ୍ଚିଛି । ଏହାସହ ୯୯୫୧ ଜଣ ଲୋକ ସୁସ୍ଥ ହେବା ପରେ ବିଭିନ୍ନ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ।

ଦେଶର ୩ ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ ଏବଂ ମଧ୍ୟପ୍ରଦେଶରେ କରୋନା ଭାଇରସ୍ ଦ୍ବାରା ଏପର୍ଯ୍ୟନ୍ତ କ୍ରମଶଃ ୪୮୫, ୨୩୬ ଏବଂ ୧୪୫ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାହା ସାରା ଦେଶରେ କରୋନା ମୃତ୍ୟୁହାରର ୭୧% ଅଟେ । ଏହି ରାଜ୍ୟଗୁଡିକରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ହେଉଛି ୧୮୯୪୬ ଯାହା ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ ୫୦% ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.