ମୁମ୍ବାଇ ୩୧।୧୨: ଭାରତରେ ପୁଣି ଥରେ କରୋନା ଭାଇରସ ମହାମାରୀ ବ୍ୟାପିବାରେ ଲାଗିଛି। ଏଥିରେ ମହାରାଷ୍ଟ୍ରରେ ପୁଣି କରୋନା ଅଣାୟତ୍ତ ହେବା ଭଳି ପରିସ୍ଥିତି ଉପୁଜିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୮ ହଜାର ୬୭ଟି ନୂଆ ପିଜିଟିଭ ମାମଲା ଚିହ୍ନଟ ହୋଇଛି। ନୂଆ ସଂକ୍ରମିତଙ୍କ ମଧ୍ୟରେ କରୋନାର ଓମିକ୍ରନ ଭାରିଏଣ୍ଟରେ ଆକ୍ରାନ୍ତ ୪ ଜଣ ମଧ୍ୟ ଅଛନ୍ତି। କରୋନା ଯୋଗୁ ଶୁକ୍ରବାର ରାଜ୍ୟରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରୁ ମହାରାଷ୍ଟ୍ରରେ ଓମିକ୍ରନ ଭୂତାଣୁର ସାମୂଦାୟିକ ସଂକ୍ରମଣ ହୋଇଯାଇଥିବାର ଆଶଙ୍କା କରାଯାଉଛି।
{"id":567548,"sizeSlug":"full","linkDestination":"none"}
ଓମିକ୍ରନ ପଜିଟିଭ ଚିହ୍ନଟ ଲୋକଙ୍କ କୌଣସି ଟ୍ରାଭଲ ହିଷ୍ଟ୍ରି ନାହିଁ। ନୂଆ ୪ ଜଣଙ୍କୁ ମିସାଇଲେ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୫୦ରୁ ଅଧିକ ହୋଇଛି। ଓମିକ୍ରନ ସଂକ୍ରମଣ ତାଲିକାର ପ୍ରଥମ ଧାଡିରେ ଏପର୍ଯ୍ୟନ୍ତ ଜାତୀୟ ରାଜଧାନୀ ଦିଲ୍ଲୀ ଥିଲା। ହେଲେ ଏବେ ମହାରାଷ୍ଟ୍ରରେ ବଢୁଥିବା ସଂକ୍ରମଣ ହାରରୁ ଏହା ଦିଲ୍ଲୀକୁ ମଧ୍ୟ ପଛରେ ପକାଇ ଦେବା ଭଳି ଅନୁମାନ କରାଗଲାଣି। ଏଥିରେ ଆର୍ଥିକ ନଗରୀ ମୁମ୍ବାଇର ପରିସ୍ଥିତି ଉଦବେଗଜନକ ହୋଇପଡିଛି।
{"id":567549,"width":838,"height":479,"sizeSlug":"full","linkDestination":"none"}
ମୁମ୍ବାଇରେ ୨ ହଜାରରୁ ଅଧିକ ନୂଆ କରୋନା ଚିହ୍ନଟ ହୋଇଛନ୍ତି। ଫଳରେ ଆର୍ଥିକ ରାଜଧାନୀରେ ସଂକ୍ରମଣ ହାର ମଧ୍ୟ ବଢି ଯାଇଛି। ମୁମ୍ବାଇକୁ କରୋନା ମୁକ୍ତ ରଖିବା ଲାଗି ସରକାର ପୂର୍ବରୁ ଅନେକ କଟକଣା ଲାଗୁ କରିଛନ୍ତି। ହୁଏତ ଆଗାମୀ ଦିନରେ ଏହାର ପରିସର ବୃଦ୍ଧି ମଧ୍ୟ ହୋଇପାରେ। ହେଲେ ଏବେଠୁ କରୋନା ଏତେ ବ୍ୟାପକ ହେବା ଏବେ ଚିନ୍ତାଜନକ ହୋଇଛି। ମହାରାଷ୍ଟ୍ର ବିଧାନସଭାକୁ ମଧ୍ୟ କରୋନାର ପ୍ରବେଶ ହୋଇଯାଇଛି। ୨ ଜଣ ମନ୍ତ୍ରୀ ଓ ଜଣେ ବିଧାୟକଙ୍କ ସମେତ ନିକଟରେ ୩୫ ଜଣ ବିଧାନସଭାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।