ଜବତ ହେଲା ୭୦ରୁ ଅଧିକ ଶୁଆ, ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | February 11, 2024 IST

ଜଗତସିଂହପୁର: ବିକ୍ରିବେଳେ ୭୦ରୁ ଅଧିକ ଶୁଆ ଜବତ କଲା କଲା ବନ ବିଭାଗ। ରବିବାର ଜଗତସିଂହପୁର ବନ ବିଭାଗ ପକ୍ଷରୁ ନୂଆପୋଲ ନିକଟରେ ଚଢ଼ାଉ କରାଯାଇ ୭୨ଟି ଶୁଆ ଶାବକ ଜବତ କରାଯିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଏମାନେ ଦୀର୍ଘ ଦିନ ହେଲା ବିଭିନ୍ନ ସ୍ଥାନରୁ ଶୁଆ ଓ ଅନ୍ୟ ପକ୍ଷୀଙ୍କୁ ଧରି ବେଧଡ଼କ ଭାବରେ ରାସ୍ତା କଡ଼ରେ ବିକ୍ରି କରୁଥିଲେ। ଏମାନେ ଫାସ ବସାଇ ଚଢ଼େଇଙ୍କୁ ଧରୁଥିଲେ ଆଉ ଏହା ପରେ ବିକ୍ରି କରୁଥିଲେ। ତେବେ ଘଟଣାରେ ବନ ବିଭାଗ ଚଢ଼ଉ କରି ଶୁଆ ଗୁଡ଼ିକୁ ଉଦ୍ଧାର କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଳାଇଛି । ଏମାନେ ଏତେ ପରିମାଣର ଶୁଆ କେଉଁଠୁ ଆଣିଲେ ତାହା ଜଣା ପଡ଼ିନାହିଁ ।

ଆହୁରି ପଢ଼ନ୍ତୁ: ଶ୍ରମିକଙ୍କ ମୃତ୍ୟୁ ପରେ କାର୍ଯ୍ୟାନୁଷ୍ଠାନ, ବେଆଇନ ଇଟାଭାଟିକୁ ଭାଙ୍ଗିଲା ପ୍ରଶାସନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.