ନୂଆଦିଲ୍ଲୀ: ମିଆଁମାରର ଚିନ ରାଜ୍ୟରେ ହୋଇଥିବା ଏୟାରଷ୍ଟ୍ରାଇକ୍ ଏବଂ ଗୁଳିକାଣ୍ଡର ପ୍ରଭାବ ଦେଖିବାକୁ ମିଳିଛି। ଏହାର ସୀମାବର୍ତ୍ତୀ ଅଞ୍ଚଳରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଫଳରେ ଭୟଭୀତ ଲୋକେ ଭାରତକୁ ଅନୁପ୍ରବେଶ କରୁଛନ୍ତି । ମିଜୋରାମ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ୨୪ ଘଣ୍ଟାରେ ୫ ହଜାରରୁ ଅଧିକ ଲୋକ ଭାରତ ସୀମାରେ ପଶିଛନ୍ତି। ଏଥିରେ ୩୯ ସେନାକର୍ମୀ ମଧ୍ୟ ଅଛନ୍ତି।
ରିପୋର୍ଟ ଅନୁଯାୟୀ, ରବିବାର ସନ୍ଧ୍ୟାରେ ମିଆଁମାରର ପିଡିଏଫ, ମିଆଁମାର ସେନା ପୋଷ୍ଟ ଉପରେ ଆକ୍ରମଣ କରିଥିଲା। ସୋମବାର ମଧ୍ୟ ପିଡିଏଫ ଦୁଇଟି ମିଆଁମାର ପୋଷ୍ଟକୁ କବ୍ଜା କରିଛି। ଏହାର ଫଳରେ ସେନାକର୍ମୀ ମିଜୋରାମରେ ଆଶ୍ରୟ ନେବାକୁ ଲାଗିଛନ୍ତି। ଏଥିରେ ୩୯ ଲୋକମାନେ ମିଜୋରାମ ପୋଲିସ ନିକଟରେ ଆତ୍ମସର୍ମପଣ କରିଛନ୍ତି। ଆଇଜିପିଙ୍କ କହିବା ଅନୁଯାୟୀ, ୫ ହଜାରରୁ ଅଧିକ ଲୋକ ସୀମା ପାଖରେ ଦୁଇଟି ଗାଁରେ ଆଶ୍ରୟ ନେଇଛନ୍ତି । ଆମର ପ୍ରାୟ ୨୦ ନାଗରିକ ଆହତ ମଧ୍ୟ ହୋଇଛନ୍ତି। ଜଣଙ୍କର ଗୁଳିମାଡ଼ରେ ମୃତ୍ୟୁ ମଧ୍ୟ ହୋଇଛି।’
ଆହୁରି ପଢ଼ନ୍ତୁ: ମିଆଁମାରରେ ଜୁଣ୍ଟା ଆର୍ମି-ପିଡିଏଫ୍ ମଧ୍ୟରେ ସଂଘର୍ଷ: ମିଜୋରାମ ସୀମାରେ ଡେରା ପକାଇଛନ୍ତି ଶତାଧିକ ଶରଣାର୍ଥୀ
ମିଜୋରାମର ଚମ୍ଫାଇ ଜିଲ୍ଲାର ଉପାୟୁକ୍ତ ଜେମ୍ସ ଲାଲରିଞ୍ଛନା ପିଟିଆଇକୁ ଦେଇଥିବା ପ୍ରତିକ୍ରିୟାରେ ମିଆଁମାରରେ ସତ୍ତାରେ ଥିବା ଜୁଣ୍ଟା ସମର୍ଥିତ ସୁରକ୍ଷା ବଳ ଏବଂ ମିଲିସିଆ ସମୂହ ପିପୁଲ୍ସ ଡିଫେନ୍ସ ଫୋର୍ସ ମସତୟରେ ରବିବାର ସନ୍ଧ୍ୟାରେ ଭୟଙ୍କର ଗୁଳିମାଡ଼ ହୋଇଥିଲା। ଚମ୍ଫାଇ ଜିଲ୍ଲାର ସୀମା ପଡ଼ୋଶୀ ଦେଶର ଚିନ ରାଜ୍ୟ ସହ ରହିଛି। ସେ କହିଛନ୍ତି ଯେ, ଲଢ଼େଇ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଭାରତୀୟ ସୀମା ନିକଟରେ ଚିନ ରାଜ୍ୟରେ ଖାବମାବି ଏବଂ ରିହଖାବଦାରରେ ଦୁଇ ସୈନ୍ୟ ଠିକଣାରେ ଆକ୍ରମଣ କରିଥିଲେ।