ମଧ୍ୟ ପ୍ରଦେଶରେ ୫୦୦୦ରୁ ଅଧିକ କଂଗ୍ରେସ କର୍ମକର୍ତ୍ତା ବିଜେପିରେ ହେଲେ ସାମିଲ, ସିନ୍ଧିଆ କହିଲେ- ୧୫ ମାସର ସରକାରରେ ଥିଲେ ୨ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | August 22, 2020 IST

ଭୋପାଳ ୨୨।୦୮: ମଧ୍ୟ ପ୍ରଦେଶର ଗ୍ଵାଲିୟର ବିଧାନସଭା ଅଞ୍ଚଳର ପାଞ୍ଚ ହଜାରରୁ ଅଧିକ କଂଗ୍ରେସ କର୍ମକର୍ତ୍ତା ଶନିବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ଓ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟି(ବିଜେପି)ରେ ସାମିଲ ହୋଇଛନ୍ତି। ଏଥିରେ କଂଗ୍ରେସକୁ ଜୋରଦାର ଝଟକା ଲାଗିଛି।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ଏବଂ କହିଛନ୍ତି ରାଜ୍ୟର ୧୫ ମାସର ଶାସନରେ କଂଗ୍ରେସ ଜନତାଙ୍କ ହିତ ପାଇଁ କୌଣସି ପଦକ୍ଷେପ ନେଇ ନାହାନ୍ତି। ଏହି ସମୟରେ ଦୁର୍ନୀତି ହୋଇଛି। ସେହି ସମୟରେ ମୁଖ୍ୟମନ୍ତ୍ରୀ ମଧ୍ୟ ଦୁଇ ଜଣ ଥିଲେ। ଜଣେ ଆଗରେ ଥିଲେ ଏବଂ ଅନ୍ୟ ଜଣେ ପରଦା ପଛରେ ଥିଲେ। ସେ କମଲନାଥ ଓ ଦିଗବିଜୟ ସିଂହଙ୍କ ନାମ ନେଇ କହିଛନ୍ତି ପୂର୍ବର ସରକାରରେ ନେତା ଓ ମନ୍ତ୍ରୀ ଜନତାଙ୍କ ସେବା କରିବା ପରିବର୍ତ୍ତେ ନିହିତ ସ୍ଵାର୍ଥକୁ ପ୍ରାଥମିକତା ଦେଇଥିଲେ।

ସିନ୍ଧିଆ କହିଛନ୍ତି ସେ ଏବଂ ତାଙ୍କ ପରିବାର ସର୍ବଦା ଜନତାଙ୍କ ହିତର କଥା କହିଛନ୍ତି। ଜନତାଙ୍କ ପ୍ରତିଷ୍ଠା ଉପରେ ଆଞ୍ଚ ଆସିଲେ ପରିବାର ସର୍ବଦା ଆଗକୁ ଆସି ଏହାର ବିରୋଧ କରିଛି। ତାଙ୍କ ପିତା ମାଧବ ରାଓ ସିନ୍ଧିଆ ବିକାଶ  କଂଗ୍ରେସ ନାମରେ ଦଳକୁ ନୂତନ ନାମ ଦେଇଥିଲେ। ସେ ମଧ୍ୟ ଜନତାଙ୍କ ହିତରେ ଆଞ୍ଚ ଆସିଲେ ସଡକକୁ ଓହ୍ଲାଇବାକୁ ପ୍ରସ୍ତୁତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.