୫୦ରୁ ଅଧିକ ଚୋର ଅଟକ, କାଳୀପୂଜା ଭିଡ଼ ଭିତରେ କରୁଥିଲେ ମୋବାଇଲ୍ ଲୁଟ୍

Published By : Prameya-News7 Bureau | November 20, 2023 IST

ସୋର ୨୦।୧୧: ସିମୁଳିଆ ପୋଲିସକୁ ମିଳିଛି ବଡ଼ ସଫଳତା । ଚୋର ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ସିମୁଳିଆ ପୋଲିସ । କାଳୀପୂଜା ଭିଡ଼ ଭିତରେ କରୁଥିଲେ ହାତ ସଫେଇ । ଲୋକଙ୍କ ଗହଳି ଭିତରେ ପଶି ଲୋକମାନଙ୍କ ମୋବାଇଲ ଚୋରି କରି ଫେରାର ହେଉଥିଲେ ଚୋରମାନେ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଚରମ୍ପାରେ କାଳୀପୂଜା ଭିଡରୁ ଅନେକ ଲୋକଙ୍କ ମୋବାଇଲ ଚୋରି ହୋଇଥିଲା ଏବଂ ସେ ବାବଦରେ ଭଦ୍ରକ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ତେବେ ଜନୈକ ବ୍ୟକ୍ତିଙ୍କ ଆଇ ଫୋନ୍ ଚୋରିକୁ ନେଇ ସେ ସିମୁଳିଆ ଥାନା ଦ୍ବାରସ୍ଥ ହୋଇଥିଲେ । ସିମୁଳିଆ ଥାନା ଏଏସଆଇସି କିଶୋର କୁମାର ବେହେରା ମୋବାଇଲ ଟ୍ରାକ୍ କରି, ତୁଳସୀ ଆଶ୍ରମ ନିକଟରେ ଥିବା ଝାଉଁ ବଣରେ କିଛି ବୁଲା ବିକାଳୀ ଯାହାଙ୍କ ସଂଖ୍ୟା ପୁରୁଷ ମହିଳା ଛୋଟ ବଡ ପିଲାକୁ ମିଶାଇ ୫୦ରୁ ଉର୍ଦ୍ଧ୍ବ ରାତିରେ ସେଠାରେ ଆଶ୍ରୟ ନେଇଥିବା ବେଳେ ସେଠାରେ ପୋଲିସ ପହଞ୍ଚିଥିଲା । ପୋଲିସକୁ ଦେଖି ସେମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଶେଷରେ ସିମୁଳିଆ ପୋଲିସ ହାତରେ ଧରା ପଡ଼ିଥିଲେ । ଚୋରମାନଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଥିବା ବେଳେ ଚୋରି ହୋଇଥିବା ମୋବାଇଲକୁ ନେବା ପାଇଁ ଅନେକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।

୨୬ଟି ମୋବାଇଲ ସିମୁଳିଆ ପୋଲିସ ଜବତ କରିଥିବା ବେଳେ ସମସ୍ତ ଚୋରଙ୍କୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡ଼ିଛି । ଏହି ଚୋରମାନଙ୍କ ମଧ୍ୟରେ ଅନେକ ଛୋଟ ଛୋଟ ପିଲା ଏବଂ ମହିଳାମାନେ ଥିବାବେଳେ କିଛି ପୁରୁଷ ଲୋକ ଅନେକ କିଛି ମୋବାଇଲ ନେଇ ଏବେବି ଫେରାର ଥିବା ଜଣାପଡିଛି ।

You Can Read :

wp:embed {"url":"https://www.prameyanews7.com/miscreants-attacked-couple-in-balasore-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/miscreants-attacked-couple-in-balasore-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.