ମଧ୍ୟାହ୍ନ ଭୋଜନ ଖାଇ ୫୦ ଛାତ୍ରଛାତ୍ରୀ ଅସୁସ୍ଥ, ଖାଦ୍ୟରେ ଝିଟିପିଟି ପଡିଥିବା ସୂଚନା

Published By : Prameya-News7 Bureau | August 08, 2024 IST

ସୋର ୮: ମଧ୍ୟାହ୍ନ ଭୋଜନ ଖାଇ ୫୦ ଛାତ୍ରଛାତ୍ରୀ ଅସୁସ୍ଥ l ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଶିରାପୁର ଉଦୟ ନାରାୟଣ ବିଦ୍ୟାପୀଠରେ ମଧ୍ୟାହ୍ନ ଭୋଜନ ଖାଦ୍ୟ ଖାଇ ୫୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଛାତ୍ରଛାତ୍ରୀଙ୍କର ବାନ୍ତି ହେବା ସହିତ ପେଟ କାଟୁଛି । ଛାତ୍ରଛାତ୍ରୀଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଖାଦ୍ୟରେ ଝିଟିପିଟି ପଡ଼ିଥିବା ଛାତ୍ରଛାତ୍ରୀ ଖାଇବା ପରେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିଲେ l ଆମ୍ବୁଲାନ୍ସ ଯୋଗେ ଛାତ୍ରଛାତ୍ରୀଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି l 

ଖବର ପାଇ ସୋର ବିଧାୟକ ମାଧବ ଧଡା ଡ଼ାକ୍ତରଖାନାରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ସହିତ ଅଧିକ ଉନ୍ନତ ଚିକିତ୍ସା ଯୋଗାଇବା ପାଇଁ ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କବିତା ସୋରେନ କହିଥିଲେ, କିଛି ଛାତ୍ରଛାତ୍ରୀ ଖାଦ୍ୟ ଖାଇବା ପରେ ଏହା ଜଣାପଡ଼ିଥିଲା । ଏହାପରେ ଖାଦ୍ୟ ଫୋପାଡି ଦିଆଯାଇଥିଲା l ଛାତ୍ରଛାତ୍ରୀ ନର୍ଭସ ହୋଇଯାଇଛନ୍ତି ।

You Can Read:

କଟକରେ ଖୋଲିଲା କାନାରା ବ୍ୟାଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.