ସାପ୍ତାହିକ ବଜାରରେ ମହୁମାଛି ଆତଙ୍କ : ୫୦ରୁ ଅଧିକ ଆହତ, ୪ ଗୁରୁତର

Published By : Prameya-News7 Bureau | March 21, 2023 IST

ନୂଆପଡା ୨୧।୩: ସାପ୍ତାହିକ ବଜାରରେ ମହୁମାଛି ଆତଙ୍କ । ସରପଞ୍ଚଙ୍କ ସହ ୫୦ରୁ ଅଧିକ ଆହତ ହୋଇଛନ୍ତି । ୪ ଜଣ ଗୁରୁତର ହୋଇଛନ୍ତି । ନୂଆପଡା ଜିଲ୍ଲା ଖଡିଆଳ ଥାନା ଦୋହେଲପଡା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା ଖଡିଆଳ ଥାନା ଦୋହେଲପଡା ସାପ୍ତାହିକ ବଜାରରେ ଆକ୍ରମଣ କରିଛି ମହୁମାଛି । ସରପଞ୍ଚଙ୍କ ସହ ୫୦ରୁ ଅଧିକ ଆହତ ହୋଇଛନ୍ତି । ୪ ଜଣ ଗୁରୁତର ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ଜାମଖୁଣ୍ଟା ସରପଞ୍ଚ ଉଦ୍ଧବ ବେହେରା ସିନ୍ଧେକେଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.