ଡେଟିଂ ଆପରେ ଚିଟିଂ , ଗୁରଗାଁଓ ଗ୍ୟାଙ୍ଗର ୫ଗିରଫ : ଡେଟିଂ ବାହାନାରେ ଅଶ୍ଳୀଳ ଫଟୋ ଉଠାଇ କରୁଥିଲେ ବ୍ଲାକମେଲିଂ, ଫସିଛନ୍ତି ୫୦କମ୍ପାନୀ ଏକ୍ସିକ୍ୟୁଟିଭ୍

Published By : Prameya-News7 Bureau | February 14, 2020 IST

ଗୁରଗାଁଓ ୧୪/୨: ଡେଟିଙ୍ଗ୍   ଆପ୍ ବ୍ୟବହାର କରି ଡେଟିଙ୍ଗ୍ କରିବା ନିଶା ପଡ଼ିଛି ମହଙ୍ଗା। ଦିଲ୍ଲୀ ଏନସିଆରରେ ପାଖାପାଖି ୫୦ଲୋକ ଏହାର ଶିକାର ହୋଇଛନ୍ତି। ଗ୍ରିଣ୍ଡର ଆପ୍ ଜରିଆରେ ଲୋକଙ୍କୁ କେବଳ ଭୁଆଁ ବୁଲାଯାଇନି ବରଂ ତାଙ୍କୁ ଡେଟରେ ଡକାଯାଇ ତାଙ୍କ ଅଶ୍ଳୀଳ ଫଟୋ କ୍ଲିକ୍ କରାଯାଇଛି ଏବଂ ତାହା ଜରିଆରେ ତାଙ୍କୁ ବ୍ଲାକମେଲ୍ କରାଯାଇଛି। ପୀଡ଼ିତାଙ୍କ ମଧ୍ୟରୁ ଅଧିକାଂଶ ଲୋକ କର୍ପୋରେଟ୍ କମ୍ପାନୀର ଏକ୍ସିକ୍ୟୁଟିଭ ଭଳି ବଡ଼ ବଡ଼ ପଦରେ ଅଛନ୍ତି।

ବାଦଶାହପୁର ପୋଲିସ୍ ଏହି ଗ୍ୟାଙ୍ଗର ୫ଜଣ ସଦସ୍ୟଙ୍କୁ ଗିରଫ କରିଛି। ଗତ କିଛି ମାସରୁ ୫ଜଣ ଏମାନଙ୍କୁ ନିଜର ଜାଲରେ ଫସାଇଛନ୍ତି। କିନ୍ତୁ ଡର ଏବଂ ଲଜ୍ଜା ଯୋଗୁଁ ଏମାନେ ପୋଲିସ୍ ନିକଟରେ ଅଭିଯୋଗ କରି ପାରୁନଥିଲେ। ଏମାନେ କର୍ପୋରେଟ୍ ଜଗତର ବଡ଼ ବଡ଼ ଲୋକଙ୍କୁ ଫସାଉଥିଲେ।

ଏହି ଗ୍ୟାଙ୍ଗର ମୁଖ୍ୟ ଗୁରୁଗ୍ରାମର ଭୋଣ୍ଡସି ବାସିନ୍ଦା। ପଚରାଉଚୁରା ପରେ ସେ କହିଥିଲା ଯେ ସେମାନେ ଚାଟିଙ୍ଗ୍ ମାଧ୍ୟମରେ ଲୋକଙ୍କୁ ଫସାଉଥିଲେ ଏବଂ ଡେଟିଙ୍ଗ୍ ପାଇଁ ତାଙ୍କୁ ଗୁରୁଗ୍ରାମରେ ଓ୍ବେଷ୍ଟର୍ଣ୍ଣ ପେରିଫେରଲ ଏକ୍ସପ୍ରେସଓ୍ବେ ଏବଂ ସାଉଥ ପେରିଫେରାଲ୍ ରୋଡରେ ଭିନ୍ନ ଭିନ୍ନ ସ୍ଥାନରେ ଡାକୁଥିଲେ।

ଏହି ମାମଲାରେ କେବଳ ଜଣେ ଅଭିଯୋଗ କରିଛନ୍ତି। ସେ ନିଜ ଅଭିଯୋଗରେ କହିଥିଲେ ଯେ ‘ତାଙ୍କୁ ଏହି ସାଇଟରୁ ଏକ ରିକ୍ବେଷ୍ଟ ଆସିଥିଲା ଏବଂ ଏହା ପରେ ତାଙ୍କୁ ସାଉଥ ପେରିଫେରାଲ ରୋଡକୁ ଦେଖା କରିବାକୁ ଡକାଯାଇଥିଲା। ଏହା ପରେ ସେମାନେ ତାଙ୍କୁ ଗାଡ଼ିର ଆଗ ସିଟରେ ବସାଇଥିଲେ ଏବଂ ତାଙ୍କ କଡ଼ରେ ପ୍ରିନ୍ସ ନାମକ ବ୍ୟକ୍ତି ବସିଥିଲେ। ଆହୁରି ୩ଜଣ ଏହି କାରରେ ବସିଥିଲେ। ଅଳ୍ପ ସମୟ ପରେ ସେମାନେ ତାଙ୍କ ପର୍ସ,ବ୍ୟାଗ୍ ଏବଂ ଟଙ୍କା ଛଡ଼ାଇ ନେଇଥିଲେ। ଅଭିଯୋଗ ପରେ ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇଛି।

ସୂଚନା ଅନୁସାରେ ଗ୍ୟାଙ୍ଗର ସଦସ୍ୟମାନେ ଅଧିକ ଶିକ୍ଷିତ ନୁହଁନ୍ତି। ସେମାନେ ଭଲ ଇଂରାଜୀ କହୁଥିବା ଜଣେ ଇଞ୍ଜିନିୟରଙ୍କୁ ଚାକିରୀରେ ରଖିଥିଲେ ଯାହା ଦ୍ବାରା ସେମାନେ ଯୁବତୀଙ୍କୁ ନିଜ ମାୟା ଜାଲରେ ଫସାଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.