ଖଣ୍ଡଗିରି ଅଞ୍ଚଳର ଏକ ଭଡା ଘରୁ ୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ : ଜଣେ ଗିରଫ

Published By : Prameya-News7 Bureau | July 01, 2019 IST

ଭୁବନେଶ୍ବର ୧/୭ : ଖଣ୍ଡଗିରି ଥାନା ଅନ୍ତର୍ଗତ କୋଳଥିଆରୁ ୫ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇଛି । କୋଳଥିଆର ଏକ ଭଡା ଘରୁ ଜବତ ଏତେ ମାତ୍ରରେ ଗଂଜେଇ ଜବତ ହୋଇଛି । ମାମଲାରେ ଜଣେ ଗିରଫ ହୋଇଛି । କୌଣସି ସୂତ୍ରରୁ ସୂଚନାପାଇଁ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଗଞ୍ଜେଇ ଚୋରା ଚାଲାଣ କରୁଥିବା ସୁବଳ ସାମନ୍ତରାୟ ଗିରଫ । ମାଲକାନଗିରି ଅଞ୍ଚଳରୁ ଗଞ୍ଜେଇ ଆଣି କୋଲକାତା, ମୁମ୍ବାଇ, ଦିଲ୍ଲୀ ଚାଲାଣ କରୁଥିଲା ସୁବଳ । ପୂର୍ବରୁ ମଧ୍ୟ ସୁବଳ ଓ ତାର ପରିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ ଯାଇ ଜାମିନରେ ଆସିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.