ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଚୀନରେ ବଢିବାରେ ଲାଗିଛି ସଂକ୍ରମଣ : କ୍ବାରେଣ୍ଟାଇନରେ ୫ଲକ୍ଷରୁ ଉର୍ଦ୍ଧ୍ବ ଲୋକେ, କିଛି ଜିଲ୍ଲାରେ ସଟ୍‌ଡାଉନ୍‌ ଘୋଷଣା

14/12/2021 at 8:22 PM

ନୂଆଦିଲ୍ଲୀ ୧୪/୧୨ : ଚୀନରେ ପୁଣି ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ଓମିକ୍ରନ୍‌କୁ ନେଇ ସାରା ବିଶ୍ବରେ ଆତଙ୍କ ଖେଳିଥିବା ବେଳେ କୋଭିଡର ଉତ୍ପତ୍ତି ସ୍ଥଳ ଚୀନରେ ସଂକ୍ରମଣ ବୃଦ୍ଧି ଆଉ ଏକ ଟେନସନ୍‌ର କାରଣ ପାଲଟିଛି । ଯାହା ଫଳରେ ବର୍ତ୍ତମାନ ଚୀନରେ କୋଭିଡ ନିୟମ ପୁଣିଥରେ କଡାକଡି କରାଯାଇଛି। ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକ କ୍ବାରେଣ୍ଟାଇନରେ ରହିଛନ୍ତି । ଏହା ସହିତ କିଛି ଜିଲ୍ଲାରେ ବାଣିଜ୍ୟିକ​ କାରବାର ମଧ୍ୟ ଠପ୍‌ ହୋଇଯାଇଛି ।

ଆସନ୍ତା ବର୍ଷରେ ଚୀନରେ ବେଜିଂ ଅଲିମ୍ପିକ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ କରୋନା ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଛି ।  ଦେଶର ବାଣିଜ୍ୟିକ ହବ୍‌ କୁହାଯାଉଥିବା ଝିଜିଆଙ୍ଗରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧିପାଇବାରେ ଲାଗୁଛି । କୋଭିଡ୍‌ ସଂକ୍ରମଣ ଦ୍ରୁତିଗତିରେ ବୃଦ୍ଧିପାଉଥିବାରୁ ଝିଜିଆଙ୍ଗରେ ଲକ୍‌ଡାଉନ୍‌ ପରିସ୍ଥିତି ଉପୁଜିଛି । ଆଗାମୀ କିଛି ଦିନ ମଧ୍ୟରେ ସେଠାରେ ଲକଡାଉନ୍‌ ଲାଗୁକରିବା ନେଇ ଆଶଙ୍କା ଦେଖାଦେଇଛି ।

ଏହା ସହିତ ଚୀନରେ ପ୍ରଥମ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଚିନ୍ତା ବଢିଯାଇଛି । ତିଆନ୍‌ଜିନ୍‌ ସହରରେ ପ୍ରଥମ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଏଫ୍‌ପିର ରିପୋର୍ଟ ଅନୁଯାୟୀ ଚୀନରେ ବର୍ତ୍ତମାନ ୫ ଲକ୍ଷ ୪୦ ହଜାର ଲୋକ କ୍ବାରେଣ୍ଟାଇନରେ ରହିଛନ୍ତି । ଏହା ସହିତ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ବିମାନବନ୍ଦରରେ କୋଭିଡ୍‌ ଯାଞ୍ଚ କଡାକଡି କରାଯାଇଛି ।

   Related Posts