ରାସ୍ତାରୁ ଜବତ ହୋଇଛି ୪୦୦ ମୃତଦେହ, ୮୫ ପ୍ରତିଶତରୁ ଅଧିକ କରୋନା ସଂକ୍ରମିତ

Published By : Prameya-News7 Bureau | July 22, 2020 IST

ସୁକ୍ରହ ୨୨/୦୭ : କରୋନା ଭାଇରସ ଦୁନିଆର ଅନେକ ଦେଶକୁ କବଳିତ କରିଥିବାବେଳେ ଦକ୍ଷିଣ ଆମେରିକାରେ ପରିସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇଛି | ବୋଲିଭିୟା ପୋଲିସ ମଙ୍ଗଳବାର ଦିନ କହିଛି ଯେ ଗତ ୫ ଦିନରେ ଦେଶର ପ୍ରମୁଖ ସହରର ରାସ୍ତା ଓ ଘରୁ ୪୦୦ ମୃତଦେହ ଜବତ କରିଛି | ପୋଲିସ କହିଛି ଯେ ଶବଗୁଡିକର ଅବସ୍ଥା ଦେଖି ଜଣାପଡୁଛି ସେମାନଙ୍କ ମଧ୍ୟଭାରୁ ୮୫ ପ୍ରତିଶତ ରୁ ଅଧକ କରୋନା ସଂକ୍ରମିତ ଏବଂ ଚିକିତ୍ସା ଅଭାବରୁ ପ୍ରାଣ ହରାଇଛନ୍ତି | 

ସମାଚାର ଏଜେନ୍ସି AFP ଅନୁଯାୟୀ, ବୋଲିଭିୟାର କୋଚାବାମ୍ବା ସହରରୁ ପାଖାପାଖି ୧୯୧ ଶବ ଜବତ ହୋଇଛି | ଲା ପାଜ ସହରରୁ ୧୪୧ ଶବ ଜବତ ହୋଇଛି ଯାହା ରାସ୍ତାରେ ପଡିରହିଥିଲା ଏବଂ ଆଉ କିଛି ଘର ଭିତରେ ସଢ଼ିବାକୁ ଲାଗିଥିଲା | ନ୍ୟାସନାଲ ପୋଲିସ ନିର୍ଦେଶକ କର୍ନଲ ଇବାନ ରୋଜାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏହିଭଳି ଭୟାବହ ସ୍ଥିତି ସେ ଆଗରୁ କେବେ ଦେଖିନଥିଲେ | ଦେଶର ସବୁଠାରୁ ବଡ ସହର ସାନ୍ତା କୄଜର ରାସ୍ତାରୁ ମଧ୍ୟ ୬୮ ଶବ ଜବତ ହୋଇଛି | କେବଳ ଏହି ସହରରୁ ହିଁ ଦେଶର ପାଖାପାଖି ୫୦ ପ୍ରତିଶତ କରୋନା ମାମଲା ରହିଛି | ଏହି ସହରରୁ ଏବେ ସୁଦ୍ଧା ୬୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି |

ରୋଜାସ କହିଛନ୍ତି ଯେ ଜବତ ହୋଇଥିବା ଶବଗୁଡିକରୁ ୮୫ ପ୍ରତିଶତରୁ ଅଧିକ କରୋନା ସଂକ୍ରମିତ | କିଛି ଯାଞ୍ଚ କରାଯାଇଛି ଆଵାନାଂ ଏଇ କିଛି ଲୋକଙ୍କ ଲକ୍ଷଣ ଦେଖି ଅନୁମାନ କରାଯାଇପାରେ | ଆଉ କିଛି ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ ଏବଂ ଆଉ କିଛି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି | ସାନ୍ତା କୄଜ ପରେ ବର୍ତ୍ତମାନ ଲା ପାଜ କରୋନା ସଂକ୍ରମଣ ହଟସ୍ପଟ ହୋଇଛି ଏବଂ ପ୍ରତିଦିନ ହଜାର ହଜାର ସଂଖ୍ୟକ ମାମଲା ସାମ୍ନାକୁ ଆସୁଛି | ଡ଼ାଇରେକ୍ଟର ଅଫ ଫରେନସିକ ଇନଭେସ୍ଟିଗେସନ ଆଣ୍ଡ୍ରେସ ଫ୍ଲୋରିସ କହିଛନ୍ତି ଯେ ଏପ୍ରିଲ ୧ ତାରିଖରୁ ଏବେ ସୁଦ୍ଧା ୩ ହଜାରରୁ ଅଧିକ ଶବ ଜବତ ହୋଇଛି ଏଥିରୁ ଅଧିକାଂଶ କରୋନା ସଂକ୍ରମିତ |  

ବୋଲିଭିୟାର ଅନ୍ତରୀଣ ରାଷ୍ଟ୍ରପତି ଜିନିନ ଅଞ୍ଜ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି | ସେ ନିଜେ କରୋନା ପଜିଟିଭ ଥିବା ସ୍ପଷ୍ଟ କରିଛନ୍ତି | ସେ କହିଛନ୍ତି ଯେ ଆଇସୋଲେସନରେ ଥାଇ ସେ ନିଜ କାମ ଜାରି ରଖିବେ |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.