ବିଜେଡିର ମିଶ୍ରଣ ପର୍ବ : ବିଭିନ୍ନ ଦଳ ଛାଡି ବିଜେଡିରେ ସାମିଲ ହେଲେ ୪୦ରୁ ଉର୍ଦ୍ଧ୍ବ ସମର୍ଥକ ଓ ସହଯୋଗୀ

Published By : Prameya-News7 Bureau | April 19, 2024 IST

ଆଠଗଡ ୧୯।୪: ବିଜେଡିର ମିଶ୍ରଣ ପର୍ବ । ଆଠଗଡ ନିର୍ବାଚନ ମଣ୍ଡଳୀର ତିଗିରିଆ ସ୍ଥିତ ବିଜୁ ଜନତା   ଦଳୀୟ କାର୍ଯ୍ୟାଳୟରେ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଉପସ୍ଥିତିରେ ଦଳରେ ସାମିଲ ହେଲେ ସମର୍ଥକ ଓ ସହଯୋଗୀ । ଅଚଳକୋଟ ଗ୍ରାମ ପଞ୍ଚାୟତର ବିଭିନ୍ନ ଦଳରେ ଥିବା ୪୦ରୁ ଉର୍ଦ୍ଧ୍ବ ସମର୍ଥକ ଓ ତାଙ୍କ ସହଯୋଗୀ ମାନେ ଏକତ୍ରିତ ହୋଇ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସହ ବିଧାୟକ ରାଜା ସ୍ବାଇଁଙ୍କ ବିକାଶ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ମିଶି ଦଳର ସଂଗଠନକୁ ସୁଦୃଢ କରିବେ ବୋଲି  ଆଠଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡ଼ି ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।

You Can Read :

ପୋଲିସ ଅଧିକାରୀଙ୍କୁ ସାଂସଦ ଭର୍ତ୍ତୃହରି ମାଡ଼ ମାରିବା ମାମଲା : ଏସିପି ଅମିତାଭ ମହାପାତ୍ର କୋର୍ଟରେ ହାଜର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.