LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

Reservoir Census Report ଦେଶରେ ୩୯ ହଜାର ଜଳାଶୟ ଜବର ଦଖଲ ଶିକାର, ଗ୍ରାମାଞ୍ଚଳରେ ସବୁଠୁ ଅଧିକ

1/04/2023 at 9:55 PM

ନୂଆଦିଲ୍ଲୀ: ଦେଶରେ ୩୮,୯୯୨ ଜଳାଶୟ ଜବର ଦଖଲରେ ରହିଛି । ଏଥିରୁ ବଡ଼ ସଂଖ୍ୟାରେ ଏପରି ଜଳାଶୟ ରହିଛି, ଯାହାକୁ ସମ୍ପୂର୍ଣ୍ଣ ରୂପେ ହଡ଼ପ କରାଯାଇଛି । ପ୍ରଥମ ଥର ପାଇଁ ଜଳାଶୟ ଜବର ଦଖଲର ସଠିକ୍ ସଂଖ୍ୟାର ଏହି ସୂଚନା ଏକ ସରକାରୀ ରିପୋର୍ଟରେ ସାମନାକୁ ଆସିଛି । ଜବର ଦଖଲରେ ଥିବା ଅଧିକାଂଶ ଜଳାଶୟ ଗ୍ରାମାଞ୍ଚଳରେ ରହିଛି ।

ଦେଶରେ ଜଳାଶୟଗୁଡିକର ପ୍ରଥମ ଗଣନା ଅନୁସାରେ, ଗାଁରେ ୩୭୦୦୭ ପୋଖରୀ ଜବର ଦଖଲରେ ରହିଛି । ସେହିପରି ସରାଞ୍ଚଳରେ ୧୭୮୪ ଜଳାଶୟ ଅବୈଧ କବଜାରେ ରହିଛନ୍ତି । ରିପୋର୍ଟ ଅନୁସାରେ, ଗାଁ ଏବଂ ସହରାଞ୍ଚଳରେ ଯେଉଁ ଜଳାଶୟ ବେଆଇନ ଭାବେ କବଜାରେ ରହିଛି, ତାହା ମୋଟ ୨୪,୨୪,୫୪୦ ଜଳାଶୟର ୧.୬ ପ୍ରତିଶତ ଅଟେ । ଯେଉଁ ଜଳାଶୟ ବେଆଇନ କବଜାରେ ଅଛି ସେଥିରୁ ୬୨ ପ୍ରତିଶତର ୨୫ ପ୍ରତିଶତ ଜବର ଦଖଲରେ ରହିଛି, ସେହିପରି ୧୧.୮ ପ୍ରତିଶତର ପ୍ରାୟ ୭୫ ପ୍ରତିଶତ ଜବର ଦଖଲରେ ରହିଛି । ଏହାର ଅର୍ଥ ଏହା ଯେ ୪୬୦୦ରୁ ଅଧିକ ଜଳାଶୟ ସମ୍ପୂର୍ଣ୍ଣ ରୂପେ ଜବର ଦଖଲରେ ରହିଛି ।

ପ୍ରଥମ ଜଳାଶୟ ଗଣନା ରିପୋର୍ଟ ଅନୁସାରେ ମୋଟ ଜଳାଶୟରେ ୯୭.୧ ପ୍ରତିଶତ ଅର୍ଥାତ୍ ୨୩,୫୫,୦୫୫ ଗ୍ରାମାଞ୍ଚଳ ଏବଂ କେବଳ ୨.୯ ପ୍ରତିଶତ ଅର୍ଥାତ୍ ୬୯,୪୮୫ ସହରାଞ୍ଚଳରେ ରହିଛି । ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ବିହାର, ପଞ୍ଜାବ, ଝାଡଖଣ୍ଡରେ ସବୁଠୁ ଅଧିକ ଜଳାଶୟ ବେଆଇନ କବଜାରେ ରହିଛି । ଗତ ବର୍ଷ ଏସମ୍ପର୍କରେ ଜଳଶକ୍ତି ରାଜ୍ୟ ମନ୍ତ୍ରୀ ବିଶେଶ୍ୱର ଟୁଡୁ ରାଜ୍ୟସଭାରେ କହିଥିଲେ ଯେ ଜଳାଶୟ ଉପରେ ଅବୈଧ କବଜା ରୋକିବା ରାଜ୍ୟଗୁଡିକର ଦାୟିତ୍ୱ ।

ଜଳାଶୟ ଗଣନା ରିପୋର୍ଟ ଅନୁସାରେ ଦେଶର ମୋଟ ଜଳାଶୟର ୮୩.୭ ପ୍ରତିଶତ (୨୦,୨୦,୦୪୦) ବ୍ୟବହାରରେ ରହିଛି, ଅନ୍ୟପଟେ ୧୬.୩ ପ୍ରତିଶତ (୩,୯୪,୫୦୦) ବିଭିନ୍ନ କାରଣରୁ ବ୍ୟବହାରଯୋଗ୍ୟ ନୁହନ୍ତି ।

   Related Posts