Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆରବ ସାଗରେ ଶକ୍ତି ଦେଖାଇଲା ଭାରତୀୟ ନୌସେନା, ୩୫ରୁ ଅଧିକ ବିମାନ-ଦୁଇ ଯୁଦ୍ଧପୋତ ସହ ଯୁଦ୍ଧାଭ୍ୟାସ

10/06/2023 at 4:55 PM

indian navy

ନୂଆଦିଲ୍ଲୀ, ୧୦/୦୬: ଭାରତୀୟ ନୌସେନା ଲଗାତାର ଭାବରେ ସାମୁଦ୍ରିକ ସୁରକ୍ଷା ଦିଗରେ କାମ କରିଆସୁଛି। ସାମୁଦ୍ରିକ ହିତର ରକ୍ଷା ପାଇଁ ସଂକଳ୍ପ ଏବଂ ଦୃଢ଼ତାର ସହ ନିଜର ବିକାା ଜାରି ରଖିଛି। ସାମୁଦ୍ରିକ ସୀମାର ସୁରକ୍ଷା ଦିଗରେ ଲଗାତାର ଯୁଦ୍ଦାଭ୍ୟାସ ମଧ୍ୟ ଚାଲିଛି। ଏହିକ୍ରମରେ ଶନିବାର ଭାରତୀୟ ନୌସେନା ଆରବ ସାଗରରେ ଏହା ଯୁଦ୍ଧ କୌଶଳର ସବୁଠୁ ବଡ଼ ଅପରେସନ ଚଳାଇଛି।

ଭାରତ ମହାସାଗରରେ କ୍ଷେତ୍ରରେ ଚୀନ୍‌ର ବଢ଼ୁଥିବା ଗତିବିଧି ମଧ୍ୟରେ ଏହା ସୈନ୍ୟ ଅଭ୍ୟାସ କରିଛି। ଏହି ଅଭିଯାନରେ ଦୁଇ ବିମାନବାହକ ପୋତ, ଅନେକ ଯୁଦ୍ଧପୋତ, ବୁଡ଼ାଜାହଜ ଏବଂ ୩୫ରୁ ଅଧିକ ଲଢ଼ୁଆ ବିମାନ ସାମିଲ ଥିଲେ। ନୌସେନାର ବିମାନ ବାହକ ଆଇଏନଏସ ବିକ୍ରମାଦିତ୍ୟ ଏବଂ ନିକଟରେ ସାମିଲ କରାଯାଇଥିବା ଆଇଏନଏସ ବିକ୍ରାନ୍ତ ଅଭ୍ୟାସର କେନ୍ଦ୍ରବିନ୍ଦୁ ଥିଲେ। କାରଣ ଏମାନେ ମିଗ୍‌-୨୯କେ ଏବଂ ଏମଏଚ୬୦ଆର, କାମୋଭ ଏବଂ ଉନ୍ନତ ହାଲୁକା ହେଲିକପ୍ଟର ଭଳି ହେଲିକପ୍ଟର ସହ ବିଭିନ୍ନ ପ୍ରକାରର ବିମାନ ପାଇଁ ସନ୍ତରଣ କରୁଥିବା ଏୟାରଫିଲ୍ଡ ପରି କାମ କରିଛନ୍ତି।

ଆହୁରି ପଢ଼ନ୍ତୁ: ଚୀନକୁ ଜବାବ ଦେବା ପାଇଁ ଭାରତୀୟ ବାୟୁସେନାର ପ୍ରସ୍ତୁତି, ଭାରତ ମହାସାଗରରେ ୬ ଘଣ୍ଟା ଧରି ଶକ୍ତି ପ୍ରଦର୍ଶନ କଲା ରାଫେଲ

   Related Posts