୩୫୦ ବର୍ଷ ପୂର୍ବେ ଆପଣେଇ ଥିଲେ ଇସଲାମ, ଏବେ ଶବ ପୋତିବା ପରମ୍ପରା ଛାଡି ଆପଣେଇଲେ ହିନ୍ଦୁ ଧର୍ମ
9/05/2020 at 9:08 PM

ଚଣ୍ଡିଗଡ ୦୯।୦୫: ହରିୟାଣାର ହିସାର ଜିଲ୍ଲାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ୩୫୦ ବର୍ଷ ପୁରୁଣା ପରମ୍ପରାକୁ ଛାଡି ଶବକୁ ପୋତିବା ପରିବର୍ତ୍ତେ ଜଳାଇ ଅନ୍ତିମ ସଂସ୍କାର କରାଯାଇଛି। ଆଶ୍ଚର୍ଯ୍ୟର କଥା ପରିବାର ଲୋକଙ୍କ କହିବା ଅନୁଯାୟୀ ଔରଙ୍ଗଜେବଙ୍କ କାରଣରୁ ତାଙ୍କର ବଂଶଜ ଇସଲାମ ଧର୍ମ ଆପଣେଇଥିଲେ।
ସୂଚନା ଅନୁଯାୟୀ ଏହି ଘଟଣା ହରିୟାଣାର ହିସାର ଜିଲ୍ଲାର ବିଠମଡା ଗାଁରେ ଘଟିଛି। ଏଠାରେ ଶବକୁ ପୋତାଯିବାର ୩୫୦ ବର୍ଷର ପୁରାତନ ପରମ୍ପରା ଛାଡି ଏକ ବୃଦ୍ଧ ମହିଳା ପ୍ରଫୁଲ ଦେବୀଙ୍କ ମୃତ୍ୟୁ ପରେ ହିନ୍ଦୁ ରୀତିନୀତିରେ ତାଙ୍କ ଶବ ଜଳାଇ ଅନ୍ତିମ ସଂସ୍କାର କରାଯାଇଛି। ଏହା ପୂର୍ବରୁ ଏହି ଗାଁରେ ରହୁଥିବା ୩୦ ପରିବାରର ଲୋକେ ମୃତ ଶରୀରକୁ ପୋତି ଆସୁଥିଲେ। ଏବେ କିନ୍ତୁ ଏହି ଗାଁ ହିନ୍ଦୁ ଧର୍ମ ଆପଣେଇଛନ୍ତି।
ବୃଦ୍ଧ ମହିଳାଙ୍କ ଅନ୍ତିମ ସଂସ୍କାର ସମୟରେ ଗାଁର ସମସ୍ତ ଲୋକ ଉପସ୍ଥିତ ଥିଲେ। ଲୋକଙ୍କ କହିବା ଅନୁଯାୟୀ ଅନ୍ତିମ ସଂସ୍କାର ହିନ୍ଦୁ ରୀତିନୀତି ଅନୁସାରେ ହୋଇଛି। ଲୋକେ କହିଛନ୍ତି ବିନା ଚାପରେ ଆମେ ସ୍ଵଇଚ୍ଛାରେ ହିନ୍ଦୁ ଧର୍ମ ଆପଣେଇଛୁ। ବୃଦ୍ଧ ମହିଳାଙ୍କ ପରିଜନ ସତବୀର ଓ ମଞ୍ଜିତ କହିଛନ୍ତି ପୂର୍ବେ ଶବକୁ ପୋତି ଦିଆଯାଉଥିଲା। ଏହି ପରମ୍ପରା ପ୍ରାୟ ୩୫୦ ବର୍ଷ ତଳୁ ଚାଲି ଆସୁଥିଲା।
ଲୋକଙ୍କ କହିବା ଅନୁଯାୟୀ ଔରଙ୍ଗଜେବଙ୍କ ସମୟରୁ ହିଁ ତାଙ୍କ ବଂଶଜ ଇସଲାମ ଧର୍ମ ଆପଣେଇଥିଲେ। ମାତ୍ର ଏବେ ବିନା କୌଣସି ଚାପରେ ନିଜର ପୂର୍ବ ଧର୍ମ ଆପଣଉଛୁ। ଏହି ଗାଁର ସମସ୍ତ ଲୋକ ଡୁମ୍ ଜାତି ସଂପ୍ରଦାୟର। ମୋଟ୍ ୩୦ ପରିବାର ହିନ୍ଦୁ ଧର୍ମ ଆପଣେଇଛନ୍ତି।