previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୁକ୍ରବାର ବଜାର ମାନ୍ଦା, ଲାଲ୍ ରଙ୍ଗରେ ଖୋଲିଲା ନିଫ୍ଟି ଓ ସେନସେକ୍ସ
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୫୬୧ କରୋନା ପଜିଟିଭ୍
  • ||
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

୨୪ ଘଣ୍ଟାରେ ବ୍ରିଟେନ ସରକାରରୁ ୩୦ ଜଣଙ୍କ ଇସ୍ତଫା, ପ୍ରଧାନମନ୍ତ୍ରୀ ପଦ ଛାଡିବା ପାଇଁ ଜନସନଙ୍କ ଉପରେ ଚାପ

6/07/2022 at 11:09 PM

ଲଣ୍ଡନ: ବିଶ୍ୱରେ ବଦଳୁଥିବା ଭୂ-ରାଜନୈତିକ ପରିସ୍ଥିତିରେ ଭିତରେ ବ୍ରିଟେନରେ ନୂଆ ରାଜନୈତିକ ସଂକଟ ଦେଇଖାଇଛି। ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପାଇଁ ନିଜ ପଦ ବଞ୍ଚାଇ ରଖିବା ଏବେ ବଡ ଚ୍ୟାଲେଞ୍ଜ ହୋଇଛି । ଫାଇନାନସିଆଲ ଟାଇମ୍ସର ରିପୋର୍ଟ ଅନୁସାରେ, ବୁଧବାର ରାତିରେ ଚାନସେଲର ନାଦିମ ଜାହାୱିଙ୍କ ସହ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀଙ୍କ ଏକ ପ୍ରତିନିଧି ମଣ୍ଡଳ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଭେଟି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ କହିପାରନ୍ତି ।  

କନଜରଭେଟିଭ୍ ପାର୍ଟିର ଦୁଇ ଜଣ ବରିଷ୍ଠ ନେତା କହିଛନ୍ତି, ପରିବହନ ମନ୍ତ୍ରୀ ଗ୍ରାଣ୍ଟ ସାପ୍ସ, ନର୍ଦେନ ଆର୍ୟଲାଣ୍ଡର ସେକ୍ରେଟାରୀ ବାରଡୋନ ଲୁଇସ ଏବଂ ୱେଲ୍ସ ସେକ୍ରେଟାରୀ ସିମନ ହାର୍ଟ ନମ୍ୱର ୧୦କୁ ଯାଇ ଜନସନଙ୍କୁ ପଦ ଛାଡିବାକୁ କହିପାରନ୍ତି । ଅନ୍ୟପଟେ ଟୋରୀର ଜଣେ ଅଧିକାରୀ କହିଛନ୍ତି, କ୍ୟାବିନେଟର ବରିଷ୍ଠ ମନ୍ତ୍ରୀଙ୍କ ବିଶ୍ୱାସ ସ୍ଥିତି ହାତରୁ ଖସିସାରିଛି ଏବଂ ଜନସନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ବାଧ୍ୟ କରିପାରନ୍ତି ।

ଅନ୍ୟପଟେ ବ୍ରିଟେନର ବାଣିଜ୍ୟ ମନ୍ତ୍ରୀ କ୍ୱାସୀ କ୍ୱାର୍ଟେଙ୍ଗ ମଧ୍ୟ କ୍ୟାବିନେଟରୁ ଇସ୍ତଫା ଦେଇପାରନ୍ତି । ବାଣିଜ୍ୟ ମନ୍ତ୍ରୀ କ୍ୱାସୀ ପ୍ରଧାନମନ୍ତ୍ରୀ ଜନସନଙ୍କ ଉପରୁ ବିଶ୍ୱାସ ହରାଇ ସାରିଛନ୍ତି ଏବଂ ଖୁବଶୀଘ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ସରକାରୀ ଦଳ ମୁଖ୍ୟ ସଚେତକଙ୍କୁ ଜଣାଇ ସାରିଥିବା ତାଙ୍କ ସହଯୋଗୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ବୋରିସ ଜନସନ ସରକାରରେ ଇସ୍ତଫାର ଝଡ ଜାରି ରହିଛି । ଗତ ୨୪ ଘଣ୍ଟା ଭିତରେ ଜନସନଙ୍କ ନେତୃତ୍ୱକୁ ବିରୋଧ କରି ସରକାରରୁ ୩୦ ଜଣ ଇସ୍ତଫା ଦେଇସାରିଛନ୍ତି । ଏଥିରେ କ୍ୟାବିନେଟ୍ ମନ୍ତ୍ରୀ, ଜୁନିୟର ମନ୍ତ୍ରୀ, ପାର୍ଲିମେଣ୍ଟାରୀ ପ୍ରାଇଭେଟ୍ ସେକ୍ରେଟାରୀ (ପିପିଏସ), ବାଣିଜ୍ୟ ଦୂତ, କନଜରଭେଟିଭ୍ ପାର୍ଟିର ଉପାଧ୍ୟକ୍ଷ ଏବଂ ସୋଲିସିଟର ଜେନେରାଲ ଆଦି ସାମିଲ ଅଛନ୍ତି।  

   Related Posts