ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ୨୫ରୁ ଅଧିକ ଯାତ୍ରୀ ଆହତ

Published By : Prameya-News7 Bureau | December 18, 2020 IST

କନ୍ଧମାଳ ୧୮।୧୨: କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଗାଡିଆ ପଡା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ୍ ଓଲଟି ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

{"id":378786,"sizeSlug":"large","linkDestination":"none"}

'ରାଜା' ନାମକ ଯାତ୍ରୀବାହୀ ବସ୍ ଫୁଲବାଣୀରୁ ଭୁବନେଶ୍ଵର ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ବସଟି ବୁଲାଣିରେ ଓଲଟି ପଡିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.