ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ତୁର୍କୀରେ ପ୍ରକୃତିର ତାଣ୍ଡବ, ଏପର୍ଯ୍ୟନ୍ତ ଗଲାଣି ୨୩୦୦ ରୁ ଅଧିକ ଲୋକଙ୍କ ଜୀବନ

6/02/2023 at 10:52 PM

ନୂଆଦିଲ୍ଳୀ, ୦୬/୦୨: ତୁର୍କୀରେ ସୋମବାର ଗୋଟିଏ ପରେ ଗୋଟିଏ ତିନିଟି ଭୂମିକମ୍ପ ପୂରା ଦେଶକୁ ଦୋହଲାଇ ଦେଇଛି। ତୁର୍କୀ ଏବଂ ସିରିୟାରେ ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୨୩୧୦ ଲୋକଙ୍କ ମୃତ୍ୟୁ ହୋଇଛି ଯେତେବେଳେକି ୧୦ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ତୃତୀୟ ଭୂମିକମ୍ପ ଝଟକା ସୋମବାର ସନ୍ଧ୍ୟାରେ ଆସିଛି। ରିକ୍ଟର ସ୍କେଲରେ ତୀବ୍ରତା ୬.୦ ରହିଥିଲା। ଏହା ଗତ ୨୪ ଘଣ୍ଟାରେ ତୃତୀୟ ଭୂମିକମ୍ପ।

ତୁର୍କୀରେ ଭୂମିକମ୍ପର ପ୍ରଥମ ଝଟକା ସୋମବାର ସକାଳ ପ୍ରାୟ ସାଢ଼େ ଚାରିଟା ସମୟରେ ଆସିଥିଲା। ଏହାର କେନ୍ଦ୍ର ଗଜିୟାଟେପ ଅଞ୍ଚଳରେ ଥିଲା। ଯାହା ସିରିୟା ବର୍ଡର ଠାରୁ ମାତ୍ର ୯୦ କିଲୋମିଟର ଦୂର। ଭୂମିକମ୍ପରେ ୨୮୧୮ ବିଲ୍ଡିଂ ଧ୍ବଂସ ହୋଇଛି। ଭଗ୍ନାଂଶ ତଳୁ ଏପର୍ଯ୍ୟନ୍ତ ୨୪୭୦ ଲୋକଙ୍କୁ ଉଦ୍ଧାର କରାଯାଇଛି। କିନ୍ତୁ ଏବେବି ହଜାର ହଜାର ଲୋକ ଫସିଛନ୍ତି। ବଡ଼ ଆକାରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତୁର୍କୀ ରାଷ୍ଟ୍ରପତି ରେଚେପ ତେୟପ ଅର୍ଦୋଗନ ଭୂମିକମ୍ପକୁ ଦୃଷ୍ଟିରେ ରଖି ଜରୁରୀ ବୈଠକ କରିଛନ୍ତି, ଯେଉଁଥିରେ ଭୂମିକମ୍ପ ପିଡ଼ୀତଙ୍କ ପାଇଁ ସବୁସମ୍ଭବ ସହାୟତା ଯୋଗାଯାଉଛି।

ସିରିୟାରେ ମଧ୍ୟ ଭୂମିକମ୍ପ ଯୋଗୁଁ ଭୟଙ୍କର କ୍ଷତି ହୋଇଛି। ସିରିୟାର ଅନେକ ସହର ଭୂମିକମ୍ପରେ ନଷ୍ଟ ହୋଇଛି। କେବଳ ସିରିୟାରେ ଭୂମିକମ୍ପରେ ୭୮୩ ଲୋକଙ୍କ ମୃତ୍ୟୁ ଖବର ଆସିଛି।

ଭୁଷୁଡ଼ିଲା ହସ୍ପିଟାଲ:

ଏହି ଭୟଙ୍କର ଭୂମିକମ୍ପରେ ତୁର୍କୀରେ ଏକ ହସ୍ପିଟାଲ ଭୁଷୁଡ଼ିପଡ଼ିଛି। ଯେଉଁଥିରେ ନବଜାତଙ୍କ ସହ ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଛି।

ଏନଡିଆରଫିର ୨ ଟିମ୍ ତୁର୍କୀ ପଠାଇବ ଭାରତ

ପିଏମ ମୋଦୀଙ୍କ ନିର୍ଦେ୍ଦଶରେ ତୁର୍କୀକୁ ତତ୍କାଳ ସହାୟତା ଯୋଗାଇଦେବା ନିଷ୍ପତ୍ତି ହୋଇଛି। ଏନଡିଆରଏଫ୍‌ର ଦୁଇ ଟିମ୍‌ରେ ୧୦୦ ଯବାନ ରହିବେ। ଏଥିରେ ଡଗ୍ ସ୍କ୍ବାଡ୍‌ ମଧ୍ୟ ରହିଛନ୍ତି। ଏହା ସହ ଏହି ଟିମ୍ ଜରୁରୀ ସାମଗ୍ରୀ ମଧ୍ୟ ସାଙ୍ଗରେ ନେଇଯିବ। ମେଡିକାଲ ଟିମ୍‌ରେ ଡାକ୍ତର, ଅନ୍ୟ ଷ୍ଟାଫ୍ ଏବଂ ଜରୁରୀ ଔଷଧ ରହିବ।

ସୂଚନାଯୋଗ୍ୟ, ତୁର୍କୀର ଭୌଗୋଳିକ ସ୍ଥିତି ଯୋଗୁଁ ଅନେକ ସମୟରେ ଏଠାରେ ଭୂମିକମ୍ପ ଆସିଥାଏ। ଏଠାରେ ୧୯୯୯ ରେ ଆସିଥବା ଭୂମିକମ୍ପରେ ୧୮ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ୨୦୧୧ ଅକ୍ଟୋବରରେ ଆସିଥିବା ଭୂମିକମ୍ପରେ ୬୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।   

   Related Posts