ଆକ୍ସନ ମୋଡ୍‌ରେ କମିଶନରେଟ୍ ପୋଲିସ : ରାଜଧାନୀରେ ମୋବାଇଲ୍ ଓ ମଦ ସହ ୨୦ରୁ ଅଧିକ ଦୋକାନ ସିଲ୍

Published By : Prameya-News7 Bureau | June 28, 2021 IST

ଭୁବନେଶ୍ବର ।୬: ସପ୍ତାହନ୍ତ ସଟଡାଉନ୍ ଶେଷ ହେବା ପରେ ଆଜି ପୁଣି ଭୁବନେଶ୍ବରରେ ବିଭିନ୍ନ ମାର୍କେଟରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। କୋଭିଡ୍ କଟକଣାକୁ ଉଲଂଘନ ଅଭିଯୋଗରେ ବିଏମସି ଓ କମିଶନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ବିଏମସିର ୩ଟି ଯାକ ଜୋନରେ ପୋଲିସ ସହାୟତାରେ ଚଢାଉ ଚାଲିଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ପୃଥକ ଭାବେ ଯାଞ୍ଚକୁ କଡାକଡି କରାଯାଇଛି। ନର୍ଥ ଜୋନରେ ବହୁ ଓମଫେଡ୍ ଦୋକାନକୁ ସିଲ୍ କରାଯିବା ସହ ଫାଇନ୍ ଆଦାୟ ହୋଇଛି।

{"id":472428,"sizeSlug":"large","linkDestination":"none"}

ପୁରୀ ରୋଡରେ ୨୦ରୁ ଅଧିକ ଦୋକାନକୁ ସିଲ୍ କରାଯିବା ସହ ଦୋକାନୀଙ୍କଠାରୁ ଜରିମନା ଆଦାୟ କରାଯାଇଛି। ବାପୁଜୀନଗରେ ଖୋଲିଥିବା କିଛି ମୋବାଇଲ୍ ଦୋକାନ ସିଲ୍‌ । କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗରେ ସିଲ୍‌ ।

{"id":472429,"width":748,"height":411,"sizeSlug":"large","linkDestination":"none"}

ସେହିଭଳି ଅଶୋକନଗର ସ୍ଥିତ ବିଦେଶୀ ମଦ ଦୋକାନରେ ଅସମ୍ଭାଳ ଭିଡକୁ ଦୃଷ୍ଟିରେ ରଖି ଦୋକାନକୁ ବନ୍ଦ କରିଛି ପୋଲିସ । ସଂକ୍ରମଣ ସ୍ଥିତି ଉଭୟ କଟକ ଓ ଭୁବନେଶ୍ବରରେ ହ୍ରାସ ପାଉନଥିବାରୁ ବିଏମସି ଓ ପୋଲିସ ପକ୍ଷରୁ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ସଂଖ୍ୟାକୁ ଦ୍ବିଗୁଣିତ କରାଯାଇଛି।

{"id":472430,"width":748,"height":411,"sizeSlug":"large","linkDestination":"none"}

ପୂର୍ବରୁ ୟୁନିଟ-୧ ହାଟକୁ ଜୁଲାଇ ପହିଲା ପର୍ଯ୍ୟନ୍ତ ବନ୍ଦ କରାଯାଇଥିବା ବେଳେ ୟୁନିଟ-୪ ମାର୍କେଟ୍ ଓ ବପୁଜୀନଗର ମାର୍କେଟକୁ ମଧ୍ୟ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.