ରାଜ୍ୟରେ ୧୫ ଲକ୍ଷ ୬୫ ହଜାର ୬୮୩ ମାମଲା ବିଚାର ନହୋଇ ପଡି ରହିଛି, କେଉଁ ଅଦାଲତରେ କେତେ ଜାଣନ୍ତୁ

Published By : Prameya-News7 Bureau | November 19, 2019 IST

ଭୁବନେଶ୍ବର୧୯|୧୧:  ଗାଁ ଗହଳିରେ କଳି ଲାଗିବାବେଳେ ଜଣେ ଆଉ ଜଣଙ୍କୁ କହୁଥାଏ କି ତତେ ନାଲି କୋଠା ଦେଖାଇ ଦେବି । ସେହିଭଳି କେହି କାହାକୁ ଅଭିଶାପ ଦେବାବେଳେ ମଧ୍ୟ ତୋ ଘରେ ମକୋଦ୍ଦମା ପଶୁ ବୋଲି କହିଥାଏ । ଏଭଳି କହିବାର କାରଣ ହେଉଛି ଥରେ ମାଲି ମକୋଦ୍ଧମାରେ ଫଶିଲେ ତାହା ସରିବାର ନାଁ ନେଇନଥାଏ । ଆଉ ଫଶିଥିବା ଲୋକଟି ଅଦାଲତକୁ ଦୌଡି ଦୌଡି ତାର ଚପଲ ସରିଯାଏ ଓ ସେ ସର୍ବଶ୍ବାନ୍ତ ମଧ୍ୟ ହୋଇଯାଏ । ଏଭଳି ପରିଣତିକୁ ଦେଖି ଲୋକେ ଉପରୋକ୍ତ ଅଭିସମ୍ପାତ ବ୍ୟବହାର କରିଥାନ୍ତି । ସଂପ୍ରତି ରାଜ୍ୟରେ ବିଚାର ନହୋଇ ପଡି ରହିଥିବା ମାମଲା ଗୁଡିକର ସଂଖ୍ୟା ଉପରେ ନଜର ପକାଇଲେ ମଧ୍ୟ ସମାନ ଧାରଣା ସୃଷ୍ଟି ହେବ ।

ଶାସକ ଦଳ ବିଧାୟକ ସୌଭିକ୍‌ ବିଶ୍ବାଳଙ୍କ ଏକ ଅଣ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଆଇନମନ୍ତ୍ରୀ ପ୍ରତାପ ଜେନା ଯେଉଁ ଉତ୍ତର ରଖିଛନ୍ତି ବାସ୍ତବିକ ତାହା ଉଦବେଗଜନକ । କେତେ ମାମଲା ଫଇସଲା ନହୋଇ ପଡି ରହିଛି ତାର ତାଲିକ ମନ୍ତ୍ରୀ ଦେବା ସହ ଗତ ୩ବର୍ଷରେ କେତେ ମାମଲା ଫଇସଲା ହୋଇଛି ତାର ମଧ୍ୟ ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ଉତ୍ତର ଇନୁସାରେ ଓଡିଶା ହାଇକୋର୍ଟରେ ୨୦୧୮ ମସିହାରେ ୬୩୨୩୬ଟି ମାମଲାର ଫଇସଲା ହୋଇଥିବାବେଳେ ୨୦୧୭ରେ ୭୪୭୮୯ ଏବଂ ୨୦୧୬ରେ ୭୧୪୭୪ଟି ମାମଲା ଫଏସଲା ହୋଇଛି । ଅପରପକ୍ଷରେ ୩୧.୧୦. ୨୦୧୯ ସୁଦ୍ଧା କେବଳ ହାଇକୋର୍ଟରେ ୧ଲକ୍ଷ ୫୦ ହଜାର ୯୩୮ ମାଲା ଫଏସଲା ନହୋଇ ପଡି ରହିଥିବା ମନ୍ତ୍ରୀ କହିଛନ୍ତି ।

ହାଇରୋର୍ଟ ଅପେକ୍ଷା ଅଧସ୍ତନ ନ୍ୟାୟାଳୟଗୁଡିକର ସ୍ଥିତି ଆହୁରି ଉଦବେଗଜନକ । ରାଜ୍ୟରେ ଥିବା ଅଧସ୍ତନ ନ୍ୟାୟାଳୟଗୁଡିକରେ ୨୦୧୮ ମସିହାରେ ୨ଲକ୍ଷ ୫୮ ହଜାର ୫ଟି ମାମଲା ଫଏସଲା ହୋଇଥିବାବେଳେ ୨୦୧୭ ମସିହାରେ ୩ ଲକ୍ଷ ୬୫ହଜାର ୬୦୨ ମାମଲାର ଫଏସଲା ହୋଇଛି । ୨୦୧୬ ମସିହାରେ ୪ଲକ୍ଷ ୬୮ହଜାର ୩୯୫ଟି ମାମଲା ବିଚାର ହୋଇଛି । ତେବେ ୩୧.୧୦.୨୦୧୯ ସୁଦ୍ଧା ଅଧସ୍ତନ ଅଦାଲତରେ ୧୪ ଲକ୍ଷ ୧୪ହଜାର ୭୭୫ଟି ମାମଲା ଫଏସଲା ନହୋଇ ପଡି ରହିଛି ।

ଉଚ୍ଚ ନ୍ୟାୟାଳୟ ଏବଂ ଅଧସ୍ତନ ନ୍ୟାୟାଳୟଗୁଡିକରେ ଫଏସଲା ଙୋିନଥିବା ସମୁଦାୟ ମାମଲା ସଂଖ୍ୟା ୧୫ଲକ୍ଷ ୬୫ ହଜାର ୬୮୩ । ଫଏସଲା ହୋଇନଥିବା ମାମଲାଗୁଡିକର ଆଶୁ ଫଏସଲା ଲାଗି ଉଚ୍ଚନ୍ୟାୟାଳୟ ପଦେକ୍ଷେପ ନେଉଥିବା ମନ୍ତ୍ରୀ କହିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.