ପାଟନା ୨୯।୧୧: ଏବେ ବିବାହ ଉତ୍ସବରେ ୧୫୦ ଲୋକ ସାମିଲ ହୋଇ ପାରିବେ। ଏହି ନିଷ୍ପତ୍ତି ସହିତ ପାଟନା ଜିଲ୍ଲା ପ୍ରଶାସନ ବିବାହରେ ବ୍ୟାଣ୍ଡ ବାଜା ଲୋକଙ୍କ ଉପରେ ଲାଗିଥିବା ରୋକ୍ ମଧ୍ୟ ହଟାଇଛନ୍ତି। ମଣ୍ଡଳ ଆୟୋଗଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ବୈଠକରେ ଏହି ନିର୍ଣ୍ଣୟ ନିଆଯାଇଛି। ଏହି ସଂପର୍କିତ ଗାଇଡ୍ଲାଇନ୍କୁ ସମ୍ବନ୍ଧିତ ଅଧିକାରୀଙ୍କୁ ପଠାଇ ଦିଆଯାଇଛି।
ଏହା ପୂର୍ବରୁ ବିବାହ ଓ କାର୍ତ୍ତିକ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ବିହାର ସରକାର କରୋନା ପ୍ରତିରୋଧ ପାଇଁ ମାନକ ସଞ୍ଚାଳନ ପ୍ରକ୍ରିୟା(ଏସଓପି) ନିର୍ଦ୍ଧାରିତ କରିଥିଲେ। ଏହା ଅନୁସାରେ ରାସ୍ତାରେ ବ୍ୟାଣ୍ଡ ବାଜା ଓ ବରଯାତ୍ରୀଙ୍କ ଶୋଭାଯାତ୍ରା ଉପରେ ରୋକ୍ ଲଗାଯାଇଥିଲା। ବିବାହ କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ ଜଣ ଉପସ୍ଥିତ ହୋଇ ପାରିବେ ବୋଲି ଗାଇଡ୍ଲାଇନ୍ ଜାରି ହୋଇଥିଲା।
ଏବେ ଏହି ନିୟମରେ ପରିବର୍ତ୍ତନ କରାଯାଇଛି। ବିବାହ ଉତ୍ସବରେ ୧୫୦ ଜଣ ଲୋକ ସାମିଲ ହୋଇ ପାରିବେ। ଶ୍ରାଦ୍ଧ କର୍ମରେ ମାତ୍ର ୨୫ ଜଣ ସାମିଲ ହୋଇ ପାରିବେ। ଏହି ଆଦେଶ ଡିସେମ୍ବର ୩ ପର୍ଯ୍ୟନ୍ତ ଲାଗୁ ହେବ। ବିବାହ ଓ ଶ୍ରାଦ୍ଧ କର୍ମରେ ସାମିଲ ଲୋକଙ୍କୁ ମାସ୍କ ଓ ସାନିଟାଇଜ ରଖିବା ଜରୁରୀ। ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ମଧ୍ୟ କରିବାକୁ ପଡିବ। ରୋଗର ଲକ୍ଷଣ ଥିବା ଲୋକ ସମାରୋହରେ ସାମିଲ ହୋଇ ପାରିବେ ନାହିଁ।