ଯୁବତୀଙ୍କୁ ଅପହରଣ କରିବାକୁ ଆସିଲେ ୧୦୦ ଯୁବକ, ଘରେ ଭଙ୍ଗାରୁଜା କରିବା ସହ ଉଠାଇନେଲେ

Published By : Prameya-News7 Bureau | December 10, 2022 IST

ରଙ୍ଗାରେଡ୍ଡି: ତେଲେଙ୍ଗାନାର ରଙ୍ଗାରେଡ୍ଡିର ଆଦିଆବାଟଲାରେ ଶନିବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏଠାରେ ଜଣେ ୨୪ ବର୍ଷୀୟ ଯୁବତୀଙ୍କୁ ଅପହରଣ କରାଯାଇଛି। ଆଶ୍ଚର୍ଯ୍ୟକର କଥା ଯୁବତୀଙ୍କୁ ଅପହରଣ କରିବା ପାଇଁ ଦୁଇ ଜଣ କି ପାଞ୍ଚ ଜଣ ନୁହେଁ ବରଂ ୧୦୦ରୁ ଅଧିକ ଯୁବକ ଆସିଥିଲେ। ଏହି ସମୟରେ ଖୁବ୍ ଉତ୍ପାତ ମଚାଇବା ସହ ଯୁବତୀଙ୍କୁ ଉଠାଇ ନେଇଯାଇଥିଲେ।

ଯୁବତୀଙ୍କ ବାପା-ମାଆ କହିଛନ୍ତି ପ୍ରାୟ ୧୦୦ ଜଣ ତାଙ୍କ ଘର ଉପରେ ଆକ୍ରମଣ କରି ତାଙ୍କ ଝିଅକୁ ଉଠାଇ ନେଇ ଯାଇଛନ୍ତି। ଯୁବତୀଙ୍କ ନା ହେଉଛି ବୈଶାଳୀ। ଘଟଣା ସମୟରେ ଅଭିଯୁକ୍ତମାନେ ଘରେ ଭଙ୍ଗାରୁଜା କରିବା ସହ ବାହାରେ ଥିବା ଅନେକ ଗାଡିର କାଚ ଭାଙ୍ଗିଛନ୍ତି। ଏହି ଘଟଣାର ଭିଡିଓ ସଂପ୍ରତି ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯୁବକମାନେ ଯୁବତୀଙ୍କ ପରିଜନଙ୍କୁ ପିଟିବା ସହ ବାହାରକୁ ଟାଣି ଆଣୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଯୁବକମାନଙ୍କ ହାତରେ ଲାଠି ରହିଛି। ଏହି ଅଭାବନୀୟ ଘଟଣାରେ ତେଲେଙ୍ଗାନା ପୋଲିସ୍ ମାମଲା ରୁଜୁ କରିଛି ତଦନ୍ତ ଆରମ୍ଭ କରି ଦେଇଛି। ଏହି ଘଟଣା ଗତକାଲି ଘଟିଛି।

wp:html /wp:html

ବୈଶାଳୀ ଦନ୍ତ ସର୍ଜରୀରେ ସ୍ନାତକ କରିଛନ୍ତି ଏବଂ ବର୍ତ୍ତମାନ ସେ ରଙ୍ଗାରେଡ୍ଡି ଜିଲ୍ଲାର ଆଦିଆବାଟଲା ଗାଁରେ ହାଉସ୍ ସର୍ଜନ ଭାବେ କାମ କରୁଛନ୍ତି। ପୀଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ନବୀନ ରେଡ୍ଡି ନାମକ ଯୁବକ ଗୋଷ୍ଠୀର ନେତୃତ୍ଵ ନେଇଥିଲା ଏବଂ ସେ ହିଁ ତାଙ୍କ ଝିଅକୁ ଅପହରଣ  କରିଛି। ଅଞ୍ଚଳରେ ନବୀନ ଅନେକ ଚା ଦୋକାନର ମାଲିକ। ସେ ବୈଶାଳୀଙ୍କୁ ବିବାହ ପାଇଁ ବାଧ୍ୟ କରୁଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଏହି ଘଟଣା ସେତେବେଳେ ଆରମ୍ଭ ହେଲା ଯେତେବେଳେ ନବୀନ ନିଜ ଚା ଦୋକାନର କର୍ମଚାରୀଙ୍କ ସହ ଯୁବତୀଙ୍କ ଘରକୁ ଆସିଥିଲେ ଏବଂ ଯୁବତୀ ତାଙ୍କ ସ୍ତ୍ରୀ, ସେ ଘରକୁ ଯିବାକୁ ମନା କରୁଛି ଏବଂ ମୁଁ ତାଙ୍କୁ ନେବାକୁ ଆସିଛି ବୋଲି କହିଥିଲା। ସୂଚନା ଅନୁଯାୟୀ, ଯୁବତୀ ଜଣକ ନବୀନଙ୍କ ସହ ସଂପର୍କରେ ଥିଲେ। କିନ୍ତୁ ସେ ତାଙ୍କୁ ସେ ବିବାହ କରିବାକୁ ଚାହୁଁନଥିଲେ।

{"id":719603,"sizeSlug":"full","linkDestination":"none"}

ବ୍ୟାଡମିଣ୍ଟନ ଖେଳିବା ସମୟରେ ଉଭୟ ପରସ୍ପରକୁ ଭେଟିଥିଲେ ଏବଂ ପରସ୍ପର ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା। ଏହାପରେ ନବୀନ ମଧ୍ୟସ୍ତିଙ୍କ ଜରିଆରେ ବୈଶାଳୀଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ବୈଶାଳୀ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଆମେ ମଧ୍ୟ ମଧ୍ୟସ୍ତିଙ୍କ ପ୍ରସ୍ତାବକୁ ମନା କରିଥିଲୁ ବୋଲି ବୈଶାଳୀଙ୍କ ବାପା ଦାମୋଦର ରେଡ୍ଡି କହିଛନ୍ତି।

ତେବେ ପୋଲିସର ଦୀର୍ଘ ସମୟ ଅପରେସନ ପରେ ପୋଲିସ୍ ବୈଶାଳୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି। ଏଥିସହ ପୋଲିସ ନବୀନଙ୍କ ସମେତ ୧୮ ଜଣଙ୍କୁ ଗିରଫ କରିଛି। ଅନ୍ୟମାନଙ୍କୁ ଚିହ୍ନଟ କରାଯା ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ୍ ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.