୧୦ହଜାରରୁ ଉର୍ଦ୍ଧ୍ବ ଘରୋଇ ହୋମିଓପାଥିକ ଚିକିତ୍ସକ କରିବେ ବିକ୍ଷୋଭ

Published By : Prameya-News7 Bureau | September 03, 2018 IST

ଭୁବନେଶ୍ବର ୩|୯: ଘରୋଇ ହୋମିଓପାଥିକ ଚିକିତ୍ସକ ମାନେ କରିବେ ବିକ୍ଷୋଭ । ୧୦ହଜାରରୁ ଉର୍ଦ୍ଧ୍ବ ସଂଖ୍ୟାରେ ଘରୋଇ ହୋମିଓପାଥିକ ଚିକିତ୍ସକ ଏକ ବିଶାଳ ରାଲି କରିବେ ବୋଲି ସୁଚନା ଦେଇଛି ଘରୋଇ ହୋମିଓପାଥିକ ଚିକିତ୍ସକ ସଂଘ । ସରକାରୀ ପଞ୍ଜିକରଣରେ ସାମିଲ କରିବାକୁ ଦାବି କରିଛି ପ୍ରାଇଭେଟ ହୋମିଓପାଥି ପ୍ରାକଟିସନରସ ଆସୋସିଏସନ । ପୂର୍ବରୁ ଘରୋଇ ଚିକିତ୍ସକମାନଙ୍କୁ ସରକାର ତାଲିକା ଭୁକ୍ତ କରି ପଞ୍ଜିକରଣ କରୁଥିଲେ । ମାତ୍ର ସରକାର ସେହି ନିୟମକୁ ରଦ୍ଦ କରି ଦେଇଛନ୍ତି । ଫଳରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଘରୋଇ ଚିକିତ୍ସକ। ତେଣୁ ସେହି ନିୟମକୁ ପୁନର୍ବାର ପ୍ରଚଳନ କରିବା ସହିତ ଏହି ପଞ୍ଜିକରଣରୁ ବଞ୍ଚିତ ହୋଇ ରହିଥିବା ଘରୋଇ ଚିକିତ୍ସକ ମାନଙ୍କୁ ତାଲିକା ଭୁକ୍ତ କରିବାକୁ ଦାବି କରିଛି ସଂଘ । ବର୍ଷ ବର୍ଷ ଧରି ଚିକିତ୍ସା କରୁଥିବା ଏହି ଚିକିତ୍ସକମାନଙ୍କୁ ସରକାର ଅଭିଜ୍ଞତା ଭିତିରେ କିମ୍ବା ପରୀକ୍ଷା କରି ପୁନର୍ବାର ପୁର୍ବ ପ୍ରଚଳିତ ନିୟମ ଅନୁଯାୟି ତାଲିକା ଭୁକ୍ତ କରିବାକୁ ବାରମ୍ବାର ସରକାରଙ୍କ ନିକଟରେ ଦାବି କରିସାରିଥିବାବେଳେ କୌଣସି ସୁଫଳ ମିଳିପାରିନାହିଁ । ତେଣୁ ବାଧ୍ୟ ହୋଇ ଆଗାମି ୧୧ ତାରିଖରେ ୧୦ହଜାର ଘରୋଇ ହୋମିଓପାଥି ଚିକିତ୍ସକ ବିଧାନସଭା ସମୁଖରେ ଏକ ବିଶାଳ ରାଲି କରିବା ସହ ଧାରଣା ଦେବେ ବୋଲି ସୂଚନା ଦେଇଛି ସଂଘ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.