ସ୍କୁଲ ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା, ୧୦ରୁ ଅଧିକ ଆହତ

Published By : Prameya-News7 Bureau | May 22, 2024 IST

ଝାରସୁଗୁଡ଼ା ୨୨।୫: ସ୍କୁଲ ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି l ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି l ୪୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । 

ସୂଚନାଯୋଗ୍ୟ ଯେ, ୪୯ ନମ୍ବର ଜାତୀୟ ରାଜପଥ ଝାରସୁଗୁଡାରୁ ବେଲପାହାଡ ରାସ୍ତା ତାରିଣୀ ମନ୍ଦିର ନିକଟରେ ଦୁର୍ଘଟଣା ଘଟିଛି । ସ୍କୁଲ ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି l ଦୁର୍ଘଟଣା ଫଳରେ ୧୦ରୁ ଅଧିକ ଆହତ ହୋଇଛନ୍ତି l ଘରୋଇ ସ୍କୁଲର ବସ୍ ବନ୍ଧବାହାଲରୁ ଝାରସୁଗୁଡା ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି l ବସ୍‌ରେ ୨୦ରୁ ଉର୍ଦ୍ଧ୍ବ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ଥିବା ସୂଚନା ମିଳିଛି l

You Can Read :

ବୁଧବାର ବଙ୍ଗୋପସାଗରରେ ଲଘୁଚାପ, ୨୪ରେ ଅବପାତ : ୨୫ ତାରିଖରେ ବର୍ଷା ସମ୍ଭାବନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.