ଗତ ୩୦ ବର୍ଷରେ ୧.୧ ମିଲିୟନ ସାମୁଦ୍ରିକ କଇଁଛଙ୍କୁ ବେଆଇନ ଭାବେ ହତ୍ୟା କରାଯାଇଛି: ଗବେଷଣା ରିପୋର୍ଟ

Published By : Prameya-News7 Bureau | September 10, 2022 IST

ନୂଆଦିଲ୍ଲୀ: ବିଗତ ୩୦ ବର୍ଷ ଭିତରେ ୧.୧ ମିଲିୟନ ସାମୁଦ୍ରିକ କଇଁଛଙ୍କୁ ବେଆଇନ ଭାବେ ହତ୍ୟା କରାଯାଇଛି। ସେଥିମଧ୍ୟରୁ କିଛିକୁ ଚାଲାଣ ମଧ୍ୟ କରାଯାଇଛି। ୧୯୯୦ ଠାରୁ ୨୦୨୦ ପର୍ଯ୍ୟନ୍ତ ଏତେମାତ୍ରାରେ କଇଁଛଙ୍କ ମୃତ୍ୟୁ ହୋଇଥିବା ଏକ ଗବେଷଣାରେ ଜଣାପଡ଼ିଛି।

ଆରିଜୋନା ଷ୍ଟେଟ୍ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏହି ଗବେଷଣା କରିଥିବା ବେଳେ ଗ୍ଲୋବାଲ ଚେଞ୍ଜ ବାୟୋଲୋଜୀରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଗତ ଦଶନ୍ଧୀରେ ୬୫ ଦେଶ ଓ ସୀମାଞ୍ଚଳରେ ୪୪ ହଜାର ସାମୁଦ୍ରିକ କଇଁଛଙ୍କର ହତ୍ୟା କରାଯାଇଛି। ବିଶ୍ୱର ୫୮ ପ୍ରମୁଖ କଇଁଛଙ୍କର ସଂଖ୍ୟାରେ ୪୪ ଜଣଙ୍କୁ ହତ୍ୟା କରାଯାଇଛି। ବିଭିନ୍ନ ଦେଶରେ କଇଁଛମାନଙ୍କର ହତ୍ୟା ଓ ବ୍ୟବାହରକୁ ରୋକିବା ପାଇଁ ଆଇନ ଥିବା ସତ୍ତ୍ୱେ ଏତେମାତ୍ରାରେ କଇଁଛଙ୍କୁ ହତ୍ୟା କରାଯାଇଛି ବୋଲି ଗବେଷଣାରେ କୁହାଯାଇଛି।

ଜାତିସଂଘ ଅନୁସାରେ, ମୁଖ୍ୟତଃ ମାଂସ ଓ ଖୋଳପା ପାଇଁ ସାମୁଦ୍ରିକ କଇଁଛଙ୍କୁ ହତ୍ୟା କରାଯାଇଛି। ସାମୁଦ୍ରିକ କଇଁଛ ଖୋଳପାକୁ ନେଇ କଳାକୃତି, ଅଳଙ୍କାର ଓ ପାରମ୍ପରିକ ଔଷଧାଦି ତିଆରି କରାଯାଉଛି। ତେଣୁ କଇଁଛର ହତ୍ୟା କରାଯାଉଛି ବୋଲି ଜାତିସଂଘ କହିଛି।  ସାମୁଦ୍ରିକ କଇଁଛଙ୍କ ହତ୍ୟା ଓ ଚାଲାଣକୁ ମିଶାଇଲେ ବେଆଇନ ଭାବେ ବାର୍ଷିକ ୨୩ ବିଲିୟନ ଆମେରିକୀୟ ଡଲାର(୨୦ ବିଲିୟନ ପାଉଣ୍ଡ)ର ମୂଲ୍ୟର ବନ୍ୟଜନ୍ତୁ ବ୍ୟବସାୟ ହେଉଛି। ଏନେଇ ଗାର୍ଡିଆନ୍‌ରେ ଖବର ପ୍ରକାଶ ପାଇଛି।  

ତେବେ ଗତ ୧୦ ବର୍ଷ ଭିତରେ ସାମୁଦ୍ରିକ କଇଁଛ ଚାଲାଣ ସଂଖ୍ୟା ବଢ଼ିଥିଲେ ବି ହତ୍ୟା ପରିମାଣ ୨୮ ପ୍ରତିଶତ ହ୍ରାସ ପାଇଛି। ପ୍ରଥମେ ହାରାହାରି କଇଁଛ ହତ୍ୟାକୁ ନେଇ ଗବେଷଣା କରାଯାଇଥିଲା। ତେବେ ୧୦ ବର୍ଷ ଭିତରେ ସଂଖ୍ୟା କମିଛି ବୋଲି ରିପୋର୍ଟରେ କୁହାଯାଇଛି। ସ୍କୁଲ୍ ଅଫ୍ ଲାଇଫ୍ ସାଇନ୍ସରେ ଏଏସ୍‌ୟୁର ପରିବେଶ ବିଜ୍ଞାନୀ କାର୍ଯ୍ୟକ୍ରମର ଗବେଷକ କଲ୍ୟା ବର୍ଘେର କହିଛନ୍ତି “ ସ୍ଥାନୀୟ ପରମ୍ପରା ଓ ନିୟମରେ ପରିବର୍ତ୍ତନ ସହିତ ସଚେତନତା ବୃଦ୍ଧି ସାଙ୍ଗକୁ ସୁରକ୍ଷାତ୍ମ ଆଇନ ଓ ସଂରକ୍ଷଣ ପାଇଁ ପ୍ରୟାସ ଯୋଗୁ ଗତ ଦଶନ୍ଧୀରେ କଇଁଛ ହତ୍ୟା କମିଛି।” ତେବେ ପୂର୍ବ ଦଶନ୍ଧିରେ କଇଁଛଙ୍କ ହତ୍ୟା ବଢ଼ିଥିଲା ବୋଲି ଗବେଷଣାରେ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.