Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସେପ୍ଟେମ୍ବରରେ ସ୍ୱାଭାବିକ୍ ଠାରୁ ଅଧିକ ବର୍ଷିବ, ୬ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ

12/09/2023 at 5:41 PM

ଭୁବନେଶ୍ୱର ୧୨/୦୯: ନିଅଣ୍ଟିଆ ଭରଣା ହେବ ସେପ୍ଟେମ୍ବରରେ । ଏପରିକି ସ୍ୱାଭାବିକ୍ ଠାରୁ ବି ଅଧିକ ବର୍ଷିବ । ଏପରି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଗ୍ୟାନ କେନ୍ଦ୍ର । ୬ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ହେବା ନେଇ ରେଡ ଆଲର୍ଟ ଜାରି କରିଛି । ମାଲକାନଗିରି, କୋରାପୁଟ, ନବରଙ୍ଗୁପର, ବଲାଙ୍ଗୀର, କନ୍ଧମାଳ ଓ କଳାହାଂଡ଼ିକୁ ରେଡ଼୍ ଆଲର୍ଟ ଜାରି କରାଯାଇଛି ।

ଆଗାମୀ ୨୪ ଘଣ୍ଟା ପାଇଁ ଏହି ଆଲର୍ଟ ଜାରି କରାଯାଇଛି । ଏହାଛଡ଼ା ରାଜ୍ୟ ସାରା ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି । ଏହି ଜିଲା ଗୁଡ଼ିକ ବ୍ୟତିତ ନୂଆପଡ଼ା, ସୋନପୁର, ବୌଦ୍ଧ, ନୟାଗଡ଼, ଖୋର୍ଧା, ପୁରୀ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲାକୁ ଅରେଞ୍ଜ ଓ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୧୪ ତାରିଖ ପାଇଁ କଟକ, ଢେଙ୍କାନାଳ, ଅନୂଗୁଳ, ନୟାଗଡ଼, ବୌଦ୍ଦ, ସୋନପୁର, କନ୍ଧମାଳ ଓ ଗଞ୍ଜାମ ଜିଲାକୁ ରେଡ଼ ୱାର୍ଣ୍ଣିଂ ଦେଇଛି ପାଣି ପାଗ ବିଜ୍ଞାନ କେନ୍ଦ୍ର । କିଛି କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବ । ରେଡ଼ ବ୍ବପାର୍ଣୀଙ୍ଗ ଦିଆଯାଇଥିବା ଜିଲା ଗୁଡ଼ିକରେ ୨ ଶହ ମିଲିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।

ଫ୍ଲାସ ଫ୍ଲଡ଼, ଭୂସ୍ଖଳନ, ନଦୀରେ ହଠାତ ବନ୍ୟା ଆସିବା ସମ୍ଭାବନା ରହିଛି । ବିଲରେ ପାଣି ଜମିବା, ତଳୁଆ ଅଞ୍ଚଳରେ ପାଣି ଜମିବା ସ୍ଥିତି ବି ଉପୁଜିପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର । କୃଷି ପାଇଁ ଅନୂକୂଳ ରହିଛି ପାଣିପାଗ ବୋଲି କହିଛନ୍ତି କୃଷି ବିଶେଷଜ୍ଞ । ଅଗଷ୍ଟ ଭଳି ଡ଼୍ରାଏ ରହିବନି ସେପ୍ଟେମ୍ବର । ଏବେ ରବି ଫସଲ ପାଇଁ ପାଗ ବଢିଆ ହେଲାଣି ବୋଲି କହିଛନ୍ତି ।

ଅଗଷ୍ଟ ତୂଳନରେ ସେପ୍ଟେମ୍ବରେ ଭଲ ବର୍ଷା ହେବ ବୋଲି କହିଛନ୍ତି । ସେପଟେ ଜୁନ୍ ୧ ରୁ ୧୨ ସେପ୍ଟେମ୍ବର ଯାଏ ୧୦୨୮.୨ ମିମି ବର୍ଷା ହେବା କଥା କିନ୍ତୁ ୯୦୪.୫ ମିମି ବର୍ଷା ରେକର୍ଡ଼ କରାଯାଇଛି । ସାରା ରାଜ୍ୟରେ ୧୨ ପ୍ରତିଶତ କମ୍ ବର୍ଷା ରେକର୍ଡ଼ କରାଯାଇଛି । ୧୦ ଟି ଜିଲାରେ ନିଅଣ୍ଟିଆ ବର୍ଷା ରେକର୍ଡ଼ କରାଯାଇଥିବା ବେଳେ ୨୦ ଟି ଜିଲାରେ ସ୍ୱାଭାବିକ୍ ବର୍ଷା ରେକର୍ଡ଼ ହୋଇଛି ।

ସୋମବାର ଘୂର୍ଣ୍ଣିବଳୟ ଆଜି କେନ୍ଦ୍ରୀୟ ବଙ୍ଗୋପ ସାଗର ପାଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସକ୍ରୀୟ ରହିଛି । ଏହା ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ-ପାର୍ଶ୍ବବର୍ତୀ କେନ୍ଦ୍ରୀୟ ବଙ୍ଗୋପ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଗ୍ୟାନ କେନ୍ଦ୍ର କହିଛି । ସେହିପରି ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲାର ସେମିଳିଗୁଡା ଠାରେ ୨୦୮ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଜୟପୁରରେ ୧୬୧.୭ ମିମି, ପାପଡାହାଣ୍ଡି (ନବରଙ୍ଗପୁର)୧୪୬ମିମି, କୋରାପୁଟ ସହର ରେ ୧୦୧ ମିମି ରେକର୍ଡ କରାଯାଇଛି।

you can also read…

   Related Posts