vridhi excotica
ratha jatra live
star kirano
ori homes
vridhi excotica
ratha jatra live
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଉଦ୍ଧବ ଠାକ୍‌ରେଙ୍କୁ ଆଉ ଏକ ଝଟ୍‌କା, ଗୌହାଟୀରେ ସିନ୍ଦେଙ୍କୁ ଭେଟିଲେ ୭ ବିଧାୟକ

23/06/2022 at 9:01 AM

ମୁମ୍ବାଇ ୨୩।୦୬ : ସଙ୍କଟରେ ଠାକରେଙ୍କ ମୁଖ୍ୟମନ୍ତ୍ରୀ ଚୌକି । ମହାରାଷ୍ଟ୍ର ମହାନାଟକରେ ଆଉ ଏକ ଟ୍ୱିଷ୍ଟ । ଗୋଟିଏ ପଟେ ବାଗୀ ମନ୍ତ୍ରୀ  ଏକନାଥ ସିନ୍ଦେ ୪୦ ରୁ ଅଧିକ ବିଧାୟକଙ୍କୁ ନେଇ ଆସାମରେ ଡେରା ପକାଇଥିବା ବେଳେ, ଏବେ ଆଉ ୭ ବିଧାୟକ ବିଦ୍ରୋହ କରିଛନ୍ତି । ସମସ୍ତ ୭ ବିଧାୟକ ଆସାମରେ ଗୌହାଟି ଯାଇ ଏକାନାଥ ସିନ୍ଦେଙ୍କ ସହ ସାକ୍ଷାତ କରିଥିବାର ସୂଚନା ମିଳୁଛି ।

ଖବର ଅନୁଯାୟୀ,  ବୁଧବାର ବିଳମ୍ବିତ ରାତିରେ ଶିବସେନାର ଆଉ ୪ ବିଧାୟକ ଆସାମରେ ପହଞ୍ଚିଥିଲେ । ସେଠାରୁ ଗୌହାଟି ଯାଇ ଏକନାଥ ସିନ୍ଦେଙ୍କ ସହ ହୋଟେଲ୍‌ରେ ସାକ୍ଷାତ କରିଥିଲେ । ଏପିରିକି ଗୁରୁବାର ଆଉ ୩ ବିଧାୟକ ଯାଇ ଏକନାଥ ସିନ୍ଦେଙ୍କ ସହ ସାକ୍ଷାତ କରି ନିଜର ସମର୍ଥନ ଜଣାଇଥିବା କଥା ଚର୍ଚ୍ଚା ହେଉଛି । କିନ୍ତୁ ଏହା କେତେ ଦୂର ସତ । ତାହା ଆଉ କିଛି ସମୟ ପରେ ଜଣାପଡିଛି । ତେବେ ଗୌହାଟି ପହଞ୍ଚିଥିବା ବିଧାୟକଙ୍କ ମଧ୍ୟରେ ଗୁଲାବରାଓ ପାଟିଲ ଓ ଯୋଗେଶ୍‌ କଦମ୍‌ ପରି ନାମ ସାମିଲ ଥିବା ସୂଚନା ମିଳୁଛି ।

ସେପଟେ ମୁଖ୍ୟମନ୍ତ୍ରୀ ତଥା ପାର୍ଟି ସୁପ୍ରିମୋ ଉଦ୍ଧବ ଠାକରେ ବୁଧବାର ପ୍ରେସମିଟ୍‌ କରି ଦଳର ବାଗୀ ନେତାଙ୍କୁ ମୁମ୍ବାଇ ଫେରିଆସିବାକୁ କହିଛନ୍ତି । ଯଦି ଆପଣମାନେ ମୋତ ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ଚାହୁଁନାହାନ୍ତି, ତେବେ ମୁଁ ନିଜେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ବୋଲି ଉଦ୍ଧବ ନିଜ ପ୍ରେସମିଟ୍‌ରେ କହିଥିଲେ । ଏପିରିକି ସଂଧ୍ୟା ସମୟରେ ସେ ମୁଖ୍ୟମନ୍ତ୍ରୀ ବାସଭବନ ଛାଡି ମାତୋଶ୍ରୀ ଆସିଥିଲେ ।

ସୂଚନାଯୋଗ୍ୟ ଯେ,  ମହାରାଷ୍ଟ୍ର ବିଧାନସଭାରେ ମୋଟ ଆସନ ସଂଖ୍ୟା ୨୮୮ । ବିଜେପି ପାଖରେ ୧୦୬ ଆସନ ରହିଛି । ସେପଟେ ମେଣ୍ଟ ସରକାର ପାଖରେ ଅଛି ଶିବସେନାର ୫୬, କଂଗ୍ରେସର ୪୪, ଏନସିପିର ୫୩ ବିଧାୟକ । ଯଦି ବିଦ୍ରୋହୀ ବିଧାୟକ ସିନ୍ଧେ ୪୦ ବିଧାୟକଙ୍କ ସହ ଦଳ ଛାଡି ବିଜେପିରେ ସାମିଲ ହେଉଛନ୍ତି ତେବେ ମେଣ୍ଟ ସରକାର ବହୁମତ ହରାଇ କ୍ଷମତାଚ୍ୟୁତ ହୋଇଯିବ ।

   Related Posts