ଆହୁରି ତୀବ୍ର ହେବ କୃଷକଙ୍କ ଆନ୍ଦୋଳନ, ପଞ୍ଜାବ-ହରିୟାଣାରୁ ଆହୁରି କୃଷକ ଆସିବେ ଦିଲ୍ଲୀ

Published By : Prameya-News7 Bureau | December 02, 2020 IST

ନୂଆଦିଲ୍ଲୀ ୨।୧୨: ନୂଆ କୃଷି ବିଲ୍ ବିରୋଧରେ ଚାଲିଥିବା କୃଷକଙ୍କ ଆନ୍ଦୋଳନ ଏବେ ଆହୁରି ତୀବ୍ର ହେବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ସହ ମଙ୍ଗଳବାର ଆଲୋଚନା ବିଫଳ ହେବା ପରେ ନୂଆ କୃଷି ଆଇନକୁ ବିରୋଧ କରୁଥିବା କୃଷକ ସଂଗଠନ କହିଛି ଯେ, ସେମାନଙ୍କ ଆନ୍ଦୋଳନ ଆହୁରି ତୀବ୍ର ହେବ । ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ବୁଧବାର ଦିନ ପଞ୍ଜାବ, ହରିୟାଣାରୁ ଆହୁରୁ ଅଧିକ ସଂଖ୍ୟକ କୃଷକ ସଂଗଠନ ଦିଲ୍ଲୀ ଆସିବେ । ଏହା ବ୍ୟତୀତ ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶଜରୁ ମଧ୍ୟ କୃଷକ ଆନ୍ଦୋଳନରେ ସାମିଲ ହେବାକୁ କୃଷକମାନେ ଆସିପାରନ୍ତି ।

ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଅଲ୍ ଇଣ୍ଡିଆ କିସାନ ସମନ୍ବୟ ସମିତିର ମୁଖପାତ୍ର ଆଶୁତୋଷ କହିଛନ୍ତି ଯେ, ଯେତେବେଳ ପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ ସେତେବେଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ସେ କହିଛନ୍ତି ଯେ, ଡିସେମ୍ବର ୩ରେ ମଧ୍ୟ ସରକାରଙ୍କ ସହ ଆମର ଆଲୋଚନା ରହିଛି । ବୈଠକରେ କୃଷକଙ୍କ ଦାବି ପୂରଣ କରିବା ସହ ଆଇନକୁ ପ୍ରତ୍ୟାଖ୍ୟାନ କରିବା ନେଇ ଆଶା କରାଯାଉଛି । ସେ ପର୍ଯ୍ୟନ୍ତ କୃଷକଙ୍କ ଆନ୍ଦୋଳନ ଜାରି ରହିବା ସହ ଆହୁରି ତୀବ୍ରତର ମଧ୍ୟ ହେବ ।

ସେ ଆହୁରି କହିଛନ୍ତି ଯେ, ହରିୟାଣା-ପଞ୍ଜାବରୁ ବହୁ ସଂଖ୍ୟକ କୃଷକ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ଏବଂ ଆନ୍ଦୋଳନକୁ ଆହୁରି ତୀବ୍ର କରିବେ । ଆନ୍ଦୋଳନରେ ସାମିଲ ହେବା ପାଇଁ ଉତ୍ତରପ୍ରଦେଶରୁ ବହୁ ସଂଖ୍ୟାରେ ବୁଧବାର ଦିନ ଆହୁରି କୃଷକ ଆସିବେ । ଏହାସହ କହିଥିଲେ ଯେ, ମଧ୍ୟପ୍ରଦେଶର କୃଷକ ଆନ୍ଦୋଳନରେ ସାମିଲ ହେବା ପାଇଁ ଦିଲ୍ଲୀ ଆସିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.