ଜ୍ୟାକି ଶ୍ରଫଙ୍କ ଘରେ ହେଲା ରିୟୁନିୟନ୍‌ ପାର୍ଟି, ସାମିଲ୍‌ ହେଲେ ୮୦ ଦଶକର ଅନେକ ସେଲିବ୍ରେଟି

Published By : Prameya-News7 Bureau | November 14, 2022 IST

ମୁମ୍ଵାଇ ୧୪।୧୧: ହିନ୍ଦୀ ସିନେମାର ଦମ୍‌ଦାର କଳାକାର ଜ୍ୟାକି ଶ୍ରଫ୍ । ତାଙ୍କର ବିନ୍ଦାସ୍‌ ଅନ୍ଦାଜ୍‌ ପାଇଁ ବେଶ୍‌ ଜଣାଶୁଣା। କରୋନା ପରେ, ଜ୍ୟାକି ଶ୍ରଫ ଏବଂ ବଲିଉଡ ଅନେକ ସେଲିବ୍ରେଟରମାନଙ୍କର ଏକ ରିୟୁନିୟନ୍‌ ପାର୍ଟି ଅନୁଷ୍ଠିତ ହୋଇଥିଲା । ୮୦ ଦଶକର ଚଳଚ୍ଚିତ୍ର ତାରକାମାନଙ୍କ ପାଇଁ ଆୟୋଜିତ ଏହି ସ୍ୱତନ୍ତ୍ର ପାର୍ଟୀରେ ବଲିଉଡରୁ ଦକ୍ଷିଣ ସିନେମା ପର୍ଯ୍ୟନ୍ତ ଭେଟେରାନ ଅଭିନେତାମାନେ ଯୋଗ ଦେଇଥିଲେ । ସୋସିଆଲ ମିଡିଆରେ ଏହି ଗ୍ରୁପ୍‌ ଫଟୋର ଗୁଡିକ ହଇଚଇ ସୃଷ୍ଟି କରିଛି।

wp:html /wp:html

ଜ୍ୟାକି ଶ୍ରଫ୍ ଏବଂ ପୁନମ୍‌ ଧିଲୋନ ହେଉଛନ୍ତି ହିନ୍ଦୀ ସିନେମାର ସେହି କଳାକାର। ଯେଉଁମାନେ ୮୦ ଦଶକରେ ସୁନ୍ଦର ଚଳଚ୍ଚିତ୍ରରେ ବିଶେଷ ଅଭିନୟ କରି ପ୍ରଶଂସକଙ୍କ ହୃଦୟ ଜିତିଥିଲେ । ୮୦ ଦଶକର ଏହି ତାରକାଙ୍କ ରିୟୁନିୟନ୍‌ ପାର୍ଟି ହୋଇଥିଲା। ଯେଉଁଥିରେ ନା ନା କଳାକାର ଦେଖିବାକୁ ମିଳିଥିଲେ। ପାର୍ଟୀରେ ସୁପରଷ୍ଟାର ଚିରଞ୍ଜୀବୀ, ଅନୀଲ କପୁର, ଅନୁପମ୍ ଖେର, ଭେଙ୍କଟେଶ, ସନ୍ନି ଦେଓଲ, ସଞ୍ଜୟ ଦତ୍ତ, ରାମାୟା କୃଷ୍ଣନ୍, ରାଧା, ଅମ୍ବିକା, ଟିନା ଅମ୍ବାନୀ, ମଧୁ, ବିଦ୍ୟା ବାଲାନ୍ ଏବଂ ସରଥକୁମାରଙ୍କ ପରି ଭେଟେରାନ୍ ଅଭିନେତାମାନେ ନଜର ଆସିଥିଲେ। । କୁହାଯାଉଛି ଯେ ଏହି ପାର୍ଟୀରେ ପ୍ରାୟ ୩୦ ଫିଲ୍ମ ତାରକା ଯୋଗ ଦେଇଥିଲେ।

ହିନ୍ଦୀ ଏବଂ ଦକ୍ଷିଣ ସିନେମାର ସମସ୍ତ ପ୍ରସିଦ୍ଧ ଚଳଚ୍ଚିତ୍ର କଳାକାର ପ୍ରତ୍ୟେକ ଥର ସେମାନଙ୍କର ବନ୍ଧୁତ୍ୱର ଏକ ଉଦାହରଣ ସୃଷ୍ଟି କରିବାକୁ ଏକ ରିନ୍ୟୁନିୟନ ପାର୍ଟୀ କରନ୍ତି । କିନ୍ତୁ ୨୦୧୯ ମସିହାରୁ, ୮୦ ଦଶକର ଚଳଚ୍ଚିତ୍ର ତାରକାମାନଙ୍କର ୧୧ତମ ପାର୍ଟି ଅଟକି ରହିଥିଲା। କିନ୍ତୁ ୨୦୨୨ ମସିହାରେ ଜ୍ୟାକି ଶ୍ରଫ୍ ଏବଂ ପୁନମ ଏହି ବିଶେଷ ପାର୍ଟିର ଆୟୋଜନ କରିଥିଲେ। ସବୁଥର ପରି ଏଥର ମଧ୍ୟ ପାର୍ଟିରେ ସେଲିବ୍ରେଟିଙ୍କ ପାଇଁ ଏକ ଭିନ୍ନ ଡ୍ରେସିଂ ଥିମ୍ ରଖାଯାଇଥିଲା। ଯେଉଁଥିରେ ଅଭିନେତାଙ୍କ ପାଇଁ କମଳା ରଙ୍ଗର ଥିମ୍ ଏବଂ ଅଭିନେତ୍ରୀଙ୍କ ପାଇଁ ସିଲଭର ରଙ୍ଗର ଥିମ୍ ରଖାଯାଇଥିଲା । ଆମେ ଆପଣଙ୍କୁ କହିରଖୁଛୁ ଯେ ୨୦୧୯ ପୂର୍ବରୁ, ୮୦ଦଶକର ଚଳଚ୍ଚିତ୍ର ସାଉଥ ସୁପରଷ୍ଟାର ଚିରଞ୍ଜୀବୀଙ୍କ ଘରେ ଦଶମ ପାର୍ଟୀ ଆୟୋଜିତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.