ସମ୍ୱଲପୁର ୦୯/୦୮: ପଡ଼ୋଶୀ ଛତିଶଡରେ ଲାଗି ରହିଛି ବର୍ଷା । ଆଉ ଏପରେ ହୀରାକୁଦ ଜଳଭଣ୍ଡାରରେ ବଢିବାରେ ଲାଗିଛି ଜଳସ୍ତର। ଭଣ୍ଡାରକୁ ଇନଫ୍ଲୋ ବଢିବା ଫଳରେ ଆଉ ୬ଟି ଗେଟ୍ ଖୋଲାଯାଇଛି । ଆଗରୁ ୮ଟି ଗେଟ୍ ଦେଇ ଜଳ ନିସ୍କାଷନ ହେଉଥିଲା। ଆଜି ଆହୁରି ୬ଟି ଗେଟ୍ ଖୋଲାଯାଉଛି ।
ବର୍ତ୍ତମାନ ମୋଟ୍ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ସେକେଣ୍ଡରେ ଜଳଭଣ୍ଡାରକୁ ୨ଲକ୍ଷ ୬୧ ହଜାର ୭୬୬ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୭ ହଜାର ୪୪୮କ୍ୟୁସେକ ଜଳ ନିଷ୍କାସିତ ହେଉଛି। ତେବେ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇ ୬୧୧.୬୭ ଫୁଟରେ ପହଞ୍ଚିଥିବା ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ହୀରାକୁଦରେ ଅଧିକ ଗେଟ୍ ଖୋଲାଯିବା ଫଳରେ ତଳିଆ ଅଂଚଳରେ ବନ୍ୟା ଆଶଙ୍କା ବଢ଼ିଯାଇଛି।