ରାଜଧାନୀରୁ ବାହାରିଲେ ଆଉ ୩୨୯ କରୋନା ପଜିଟିଭ୍, ସୁସ୍ଥ ହେଲେ ୩୯୫
29/09/2020 at 6:13 PM

ଭୁବନେଶ୍ୱର, ୨୯ ।୦୯: ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୩୨୯ ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୫୨୬ରେ ପହଞ୍ଚିଛି । ମଙ୍ଗଳବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୭୩ ଜଣ ରହିଥିବା ବେଳେ ୨୫୬ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୩୯୫ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
Update on newly detected #COVID19 cases in the last
— BMC (@bmcbbsr) September 29, 2020
24 hrs under the BMC area on 29th Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/Aq53WtNxqD
ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୧୫୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୫୨୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୭୮୯୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୯୧ ଜଣଙ୍କର ମୃତ୍ୟୁ ହୋଇଛି ।