କଟକ ସହରରୁ ଆଉ ୩୨ କରୋନା ପଜିଟିଭ୍ ଚିହ୍ନଟ, ସ୍ଥାନୀୟ ସଂକ୍ରମିତ ୫

Published By : Prameya-News7 Bureau | July 21, 2020 IST

କଟକ, ୨୧|୦୭:  କଟକ ସହରରେ ଆଉ ୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୨୭ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୫ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।

wp:html /wp:html

କ୍ୱାରେଣ୍ଟାଇନରେ ରହିଥିବା ସଂକ୍ରମିତଙ୍କ ମଧ୍ୟରୁ ୫ଜଣ ସରକାରୀ କ୍ୱାରେଣ୍ଟାଇନେର ଥିବା ବେଳେ ୨୧ଜଣ ହୋମ୍ କ୍ୟାରେଣ୍ଟାଇନରେ ରହିଥିଲେ । ସେହିପରି ଜଣେ ପେଡ୍ କ୍ୟାରେଣ୍ଟାଇନରେ ରହିଥିଲେ । ସେହିପରି ସ୍ଥାନୀୟ ସଂକ୍ରମିତମାନେ ହେଲେ ତନ୍ତୀ ସାହିର ୨୫ ବର୍ଷୀୟ ଯୁବକ, ଭାଗବତପୁରର ୧୧ ବର୍ଷର ନାବାଳକ, ନରାଜ କୈବର୍ତ୍ତ ସାହିର ୩୪ ବର୍ଷୀୟ ଯୁବକ, ଗୋପାଳପୁରର ୪୦ ବର୍ଷୀୟ ବ୍ୟକ୍ତି ଓ ଗଣେଶ ମନ୍ଦିର ନିକଟରୁ ଜଣେ ୬୫ ବର୍ଷୀୟ ବୃଦ୍ଧ ।

ସୂଚନାଯୋଗ୍ୟ, କଟକରେ ଏବେସୁଦ୍ଧା ମୋଟ ୩୯୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୨୫ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୮ଜଣ ପ୍ରାଣ ହରାଇଥିବା ବେଳେ ୧୬୫ଟି ସକ୍ରିୟ କେସ୍ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.