ରାଜଧାନୀରୁ ଆଉ ୩୧୯ କରୋନା ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୩୫୩
26/09/2020 at 5:13 PM

ଭୁବନେଶ୍ୱର, ୨୬ ।୦୯: ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୩୧୯ ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫୩୮ରେ ପହଞ୍ଚିଛି । ଶନିବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୬୨ ଜଣ ରହିଥିବା ବେଳେ ୨୫୭ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୩୫୩ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
Update on newly detected #COVID19 cases in the last
— BMC (@bmcbbsr) September 26, 2020
24 hrs under the BMC area on 26th Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/zecjHhK6In
ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୦୫୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୫୭୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୬୮୬୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୮୪ ଜଣଙ୍କର ମୃତ୍ୟୁ ହୋଇଛି ।